Header Ads Widget

ପାରଳାଖେମୁଣ୍ଡି ଠାରେ ଗଜପତି ପୋଲିସ ଦ୍ୱାରା ଜନ ହିତକର କାର୍ଯ୍ୟକ୍ରମ

 ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷ'ରୁ ବରିଷ୍ଟ ନାଗରିକ ଓ ପୋଲିସ କର୍ମଚାରୀ'ଙ୍କ ପାଇଁ ମେଗା ସ୍ୱାସ୍ଥ୍ୟ ଶିବିର ଏବଂ ଶିଶୁ ମାନଙ୍କ ପାଇଁ ଶିଶୁ ଉଦ୍ୟାନ ପାର୍କ ଉଦଘାଟନ ସହ ବିଭିନ୍ନ କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି, ୨୧/୮
     ପାରଳାଖେମୁଣ୍ଡି ସ୍ଥିତ ମଡେଲ ପୋଲିସ ଥାନା ପରିସର'ରେ ଆଜି ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷ'ରୁ ବରିଷ୍ଠ ନାଗରିକ ଓ ପୋଲିସ କର୍ମଚାରୀ'ଙ୍କ ପାଇଁ ଏକ ମେଗା ସ୍ୱାସ୍ଥ୍ୟ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ଥାନା ପରିସର'ରେ ବରିଷ୍ଠ ନାଗରିକ ମାନଙ୍କୁ ପରିଚୟ ପତ୍ର ବଣ୍ଟନ ଏବଂ ଶିଶୁ ବନ୍ଧୁତ୍ୱ ପୋଲିସ କକ୍ଷ ଓ ଶିଶୁ ଉଦ୍ୟାନ ପାର୍କ ଉଦଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ । ହୋଇଯାଇଛି। 
   ଅନୁଷ୍ଠିତ ମେଗା ସ୍ୱାସ୍ଥ୍ୟ ଶିବିର'ରେ ପଡୋଶୀ ଆନ୍ଧ୍ର'ର ଶ୍ରୀକାକୁଲମ ସ୍ଥିତ ଜେମସ୍ ହସପିଟାଲ'ର କାର୍ଡିଓଲୋଜି , ଅସ୍ଥିଶଲ୍ୟ , ଔଷଧ , ସ୍ତ୍ରୀ ଓ ପ୍ରସୂତି , ନେଫ୍ରୋଲୋଜି କିଡନୀ , ଚକ୍ଷୁ ଏବଂ ଇଣ୍ଟେର୍ଣ ପ୍ରଭୃତି ବିଭାଗ'ର ବିଶେଷଜ୍ଞ ଡାକ୍ତର ମାନେ ଆସି ପ୍ରାୟ ୩୦୦ ଜଣ ବରିଷ୍ଠ ନାଗରିକ'ଙ୍କ ସମେତ ପୋଲିସ ଅଧିକାରୀ , କନେଷ୍ଟବଳ , ହୋମଗାର୍ଡ ଏବଂ ସେମାନଙ୍କ ପରିବାର'ଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ ।
   ଏହି ସ୍ୱାସ୍ଥ୍ୟ ଶିବିର'ରେ ଶ୍ରୀକାକୁଲମ ସ୍ଥିତ ଜେମସ ହସପିଟାଲ'ର ଜନ ସମ୍ପର୍କ ଅଧିକାରୀ ଶ୍ରୀ ସେଗଦାନା ଅନିଲ'ଙ୍କ ପରିଚାଳନା'ରେ ଜେମସ ହସପିଟାଲ'ର ବିଶେଷଜ୍ଞ ଡାକ୍ତର ଯଥା:-  କାର୍ଡିଓଲୋଜୀ (ହାର୍ଟ) ଡ଼ାଃ ବିଜୟ କୁମାର , ଅସ୍ଥିଶଲ୍ୟ ଡ଼ାଃ ସନ୍ତୋଷ ବାବୁ , ସାଧାରଣ ଔଷଧ ଡ଼ାଃ ପାନାଜେ ସାଇ , ଗାଇନିକ ଡ଼ାଃ ଝାନସି , ନେ କିଡନୀ ଡ଼ାଃ ୟୋଗାନନ୍ଦ , ଚକ୍ଷୁ ଡ଼ାଃ ଦୀପିକା , ଇଣ୍ଟେର୍ଣ ଡ଼ାଃ ଶ୍ରିଜା ଏବଂ ଡ଼ାଃ ଅଭିରାମ ପ୍ରମୁଖ'ଙ୍କ ସମେତ ବହୁ ସଂଖ୍ୟାରେ ସେମାନଙ୍କ ସହଯୋଗୀ କର୍ମଚାରୀ ଯୋଗଦେଇ ସେମାନଙ୍କ ସମସ୍ତ କାର୍ଯ୍ୟ ସୁଚାରୁ ରୂପେ ସଂପାଦନ କରିଥିଲେ। ।
    ଏହି ଶିବିର'ରେ ସେମାନ'ଙ୍କ ରକ୍ତଚାପ , ସୁଗାର , ପଲସ, ଇସିଜି ଓ ଇକୋ ପ୍ରଭୃତି ଯାଞ୍ଚ ପରୀକ୍ଷା କରା ଯାଇଥିଲା ।
   ସେହିଭଳି  ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷ'ରୁ ମଡେଲ ଥାନା ପରିସର'ରେ ବିଭିନ୍ନ ଶିଶୁ ଉପକରଣ ସହ ନବ ଉନ୍ନତ ହୋଇଥିବା ଏକ ଶିଶୁ ବନ୍ଧୁତ୍ୱ ପୋଲିସ କକ୍ଷ ଏବଂ ଶିଶୁ ମାନଙ୍କ ମନୋରଞ୍ଜନ ପାଇଁ ଶିଶୁ ଉଦ୍ୟାନ ପାର୍କ ମଧ୍ୟ ଉଦଘାଟନ ହୋଇଥିଲା । ଏହାକୁ ଏସପି ଶ୍ରୀ ଜୟରାମ ଶତପଥି ଏବଂ ପାରଳା ପୌରଧ୍ୟକ୍ଷl ଶ୍ରୀମତୀ ନିର୍ମଳା ସେଠୀ ମିଳିତ ଭାବେ ଉଦଘାଟନ କରିଥିଲେ ।
   ପରେ ପାରଳା ସହର'ର ବରିଷ୍ଠ ନାଗରିକ ମାନଙ୍କୁ  ପୋଲିସ ପ୍ରଶାସନ ପକ୍ଷ'ରୁ  ଏସପି ଶ୍ରୀ ଜୟରାମ ଶତପଥି , ପାରଳା ପୌରଧ୍ୟାକ୍ଷl ଶ୍ରୀମତି ନିର୍ମଳା ସେଠୀ ,  ଏଏସପି ଶ୍ରୀ ବାମଦେବ ସିଂହ , ଏସଡିପିଓ: ଶ୍ରୀ ରାମକୃଷ୍ଣ  ପତି ,  ଡିସିପିୟୁ ଶ୍ରୀ ଅରୁଣ କୁମାର ତ୍ରିପାଠୀ ଏବଂ ଆଦର୍ଶ ଥାନାଧିକାରୀ ଶ୍ରୀ ବିବେକାନନ୍ଦ ସ୍ୱାଇଁ ପ୍ରମୁଖ ଅତିଥି ଭାବେ ଯୋଗଦେଇ  ବରିଷ୍ଠ ନାଗରିକ ମାନଙ୍କୁ ସେମାନଙ୍କ ପରିଚୟ ପତ୍ର ବଣ୍ଟନ କରିଥିଲେ ।
  ଏସପି ଶ୍ରୀ ଜୟରାମ ଶତପଥି ଏ ସଂପର୍କ'ରେ ସୂଚନା ଦେଇ କହିଥିଲେ ଯେ ,  ବରିଷ୍ଠ ନାଗରିକ ମାନଙ୍କ ପାଇଁ ଆଦର୍ଶ ପୋଲିସ ଥାନା ପକ୍ଷ'ରୁ ଏକ ନମ୍ବର ଦିଆହୋଇଛି , ଯେ କୌଣସି ଅସୁବିଧା କି ସମସ୍ୟା କ୍ଷେତ୍ରରେ ସେମାନେ ପୋଲିସ'କୁ ସେହି ନମ୍ବର'ରେ ଫୋନ୍ କଲେ ସେହି କଲ ଫୋନ୍'କୁ ଜଣେ ଅଧିକାରୀ ରିସିଭ କରି ପଚାରି ବୁଝିବେ ଏବଂ ସମସ୍ୟା'ର ସମାଧାନ ଦିଗରେ ଉପଯୁକ୍ତ ପଦକ୍ଷେପ ନିଆଯିବ ବୋଲି କହିଥିଲେ ।
  ଶେଷରେ , ମେଗା ସ୍ୱାସ୍ଥ୍ୟ ଶିବିର'କୁ  ଆସି ନିଜକାର୍ଯ୍ୟ ସୁଚାରୁ ରୂପେ ସଂପାଦନ କରିଥିବା ଯୋଗୁଁ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷ'ରୁ ସମସ୍ତ ବିଶେଷଜ୍ଞ ଡାକ୍ତର ମାନଙ୍କୁ ଏସପି ଶ୍ରୀ ଜୟରାମ ଶତପଥି ଉପଢ଼ୌକନ ଦେଇ ସମ୍ମାନିତ କରିଥିଲେ ।
   ସମସ୍ତ କାର୍ଯ୍ୟକ୍ରମ ଆଦର୍ଶ ଥାନାଧିକାରୀ ଶ୍ରୀ ବିବେକା ନନ୍ଦ ସ୍ବାଇଁ'ଙ୍କ  ନେତୃତ୍ୱ'ରେ ପରିଚାଳିତ ହୋଇଥିବା ବେଳେ ଅନ୍ୟାନ୍ୟ ପୋଲିସ ଅଧିକାରୀ , କନଷ୍ଟବଲ ଓ ହୋମଗାର୍ଡ ମାନେ ସହଯୋଗ କରିଥିଲେ ।

Post a Comment

0 Comments