Header Ads Widget

ବିଶ୍ୱ ଆଦିବାସୀ ଦିବସ ପାଳନ କରିବା ପାଇଁ ଆହ୍ବାନ

ବିଶ୍ୱ ଆଦିବାସୀ ଦିବସ ପାଳନ ର ଆହ୍ବନ

ମୋହନା, 5/08/2022,
ମାନ୍ୟବର ମୋହନା ବ୍ଲକ ଅଧକ୍ଷ ଶ୍ରୀ ରଞ୍ଜୀବ ଶବର ସମସ୍ତ ସରପଞ୍ଚ ତଥା ସମିତି ସଭ୍ୟ ସଭ୍ୟାଙ୍କ ସହ ବୈଠକ ବସି ବ୍ଲକର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ବିଷୟରେ ଆଲୋଚନା କରିବା ସଙ୍ଗେ ସଙ୍ଗେ ତା:09:08:2022ରିଖ ଦିନ  ଆଦିବାସୀ ଭାଇ ଭଉଣୀଙ୍କ ସହ ସମସ୍ତ ଜାତି ଏବଂ ଧର୍ମର ଭାଇ ଭଉଣୀ ମାନଙ୍କୁ ବିଶ୍ୱ ଆଦିବାସୀ ଦିବସ ପାଳନ କରିବା ନିମନ୍ତେ ଆମନ୍ତ୍ରଣ କରିଛନ୍ତି l ଏହି ଦିବସକୁ ବିଧିବଦ୍ଧ ଭାବେ ରା:ଉଦୟଗିରି ଠାରେ ପାଳନ କରାଯିବ ବୋଲି ଘୋଷଣା କରିଥିଲେ l ସର୍ବ ସମ୍ମତି କ୍ରମେ ଏହା ନିଷ୍ପତି କରାଗଲା କି ସମସ୍ତ ପଞ୍ଚାୟତର ସରପଞ୍ଚ ମହୋଦୟ, ମହୋଦୟା ମାନେ 20ରୁ ଉର୍ଦ୍ଧ ଲୋକଙ୍କୁ ନେଇ ଉକ୍ତ ସ୍ଥାନରେ ଉପସ୍ଥିତ ରହିବାକୁ ଅନୁରୋଧ କରାଗଲା।
 ତେଣୁ  ମୋହନା ବ୍ଲକର ସମସ୍ତ ବାପା, ମାଆ, ଭାଇ ଓ ଭଉଣୀ ମାନଙ୍କୁ ଆବେଦନ କରି, ଉକ୍ତ ଦିବସରେ ଏକତ୍ରିତ ହୋଇ ଦିବସକୁ ସାଫଲ୍ୟ ମଣ୍ଡିତ କରିବା ହେବେ ବୋଲି ବ୍ଳକ ଅଧ୍ୟକ୍ଷ ମୋହଦୟ ଆହ୍ୱାନ ଜଣାଇଛନ୍ତି।

Post a Comment

0 Comments