Header Ads Widget

ସେରଙ୍ଗ ଗ୍ରାମରେ ନିଶା କାରବାର ବୃଦ୍ଧି

 



ସେରଙ୍ଗ : 07/11/2024

ଗଜପତି ଜିଲା ଗୁମା ବ୍ଳକ ର ସେରଙ୍ଗ ଗ୍ରାମରେ ଦିନକୁ ଦିନ ନିଶା ବ୍ୟବସାୟ ବଡିବାରେ ଲାଗିଛି। ଗ୍ରାମ ବାସୀଙ୍କ ଅଭିଯୋଗ ଅନୁଯାଇ 10ଜଣ ମଦ ବ୍ୟବସାୟୀ ସେମାନଙ୍କ ବେଆଇନ ମଦ ଦୋକାନ ଗ୍ରାମରେ ଚଳାଇଛନ୍ତି। ଏମିତିକି ସରକାରଙ୍କ ଆଇନ ଅନୁଯାୟୀ କୋୖଣସି ସ୍କୁଲ କିମ୍ବା ଧାର୍ମିକ ମନ୍ଧିରର 500 ମିଟର ଦୂରରେ ଏହି ଧରଣର ଦୋକାନ ହୋଇ ପାରିବ ନାହିଁ। ସୁପ୍ରିମ କୋର୍ଟର ନିର୍ଦେଶ ରହିଛି, ତଥାପି ବେଆଇନ ଭାବରେ ବିନା ଲାଇସେନ୍ସ ରେ ମଦ ବିକ୍ରି ଅନାୟାସରେ ଚାଲିଥିବା ଶୁଣିବାକୁ ମିଳୁଛି 

କିନ୍ତୁ ଆଶ୍ଚର୍ଯ୍ୟ ର ବିଷୟ ହେଲା ଏହା ଏକ ନିର୍ଦ୍ଧିଷ୍ଟ ଧର୍ମର ମନ୍ଧିରର ଅଳ୍ପ କିଛି ଦୁରରେ ହି ମଦ କାର ବାର କରିବାର ଅଭିଯୋଗ ଆସିଛି। ସେହି ମନ୍ଧିରର ମୁଖିଆ କହିଛନ୍ତି ଯେ ପ୍ରାୟ ଆଠଟା ମଦ ଦୋକାନ ଚର୍ଚ୍ଚ ଲାଇନରେ ରହିଛି। ସେମାନେ ଏକ ନିର୍ଦ୍ଧିଷ୍ଟ ରାଜନୈତିକ ଦଳର ଓ ଏକ ନିର୍ବାଚିତ ପ୍ରତିନିଧିନଙ୍କ ଘନିଷ୍ଠ ହୋଇଥିବାରୁ ସେମାନଙ୍କୁ କିଛି କେହି କହିପାରିବେ ନାହିଁ ବୋଲି ସେମାନେ ଦାବି କରୁଛନ୍ତି। ସ୍ଥାନୀୟ ପ୍ରଶାସନ ର ନିରବତା ମଧ୍ୟ ଅନେକ ପ୍ରଶ୍ନ ଉଠୁଛି।

ବିଗତ କିଛି ବର୍ଷ ଧରି ନାବାଳକ ମାନେ ମଧ୍ୟ ଗଞ୍ଜେଇ ସେବନ କରିବାର ଦେଖିବାକୁ ମିଳିଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ତେବେ ଏହି ନିଶା ହେତୁ ଗ୍ରାମର ଛାତ୍ର ଛାତ୍ରୀଙ୍କ ପାଠ ପଢା ରେ ଅନେକ କୁ ପ୍ରଭାବ ପଡିବାର ଦେଖିବାକୁ ମିଳିଛି।  ଏହାକୁ ନେଇ ଗ୍ରାମବାସୀ ଙ୍କ ମନରେ ଅନେକ ବେଦନା ଭରି ରହିଛି। ସେମାନଙ୍କ ଗୋଟିଏ ଆଶା ଯେ କେବେ ପ୍ରଶାସନ ଏହି ବେଆଇନ ଓ ମାନବ ସମ୍ବଳ ନଷ୍ଟ କରୁଥିବା ବ୍ୟବସାୟ ବନ୍ଧ ହେବ ତାହା ଦେଖିବାର ବାକି ରହିଲା। ଯଦି ପ୍ରଶାସନ ଏହାର ପ୍ରତିକାର ନ କରନ୍ତି ତେବେ ରାଜରାସ୍ତାକୁ ଆସି ଆନ୍ଦୋଳନ କରିବାକୁ ବାଧ୍ୟ ହେବୁ ବୋଲି ଗ୍ରାମବାସୀ କହିଛନ୍ତି।

Post a Comment

0 Comments