Header Ads Widget

ନଗେନ ସାର ଆଉ ନାହାନ୍ତି


 ଗୁମ୍ମା ବ୍ଳକ ର ପ୍ରଥମ ଗ୍ରାଜୁଏଟ ଓ ପ୍ରଥମ ଶିକ୍ଷକ ଙ୍କ 95 ବୟଷେ ବିୟୋଗ

ଗୁମ୍ମା ବ୍ଳକ ସେରଙ୍ଗ ଗ୍ରାମର ଓ ଗଜପତି ଜିଲ୍ଲାର ଖ୍ରୀଷ୍ଟିଆନ ସମ୍ପ୍ରଦାୟର ପ୍ରଥମ ଗ୍ରାଜୁଏଟ ଶ୍ରୀ ନଗେନ୍ଦ୍ର ନାୟକ ଙ୍କ ବିୟୋଗର ଖବର ପହଂଚିବା ପରେ ଅଞ୍ଚଳରେ ଶୋକର  ଛାୟା ଖେଳିଯାଇଛି। କିଛି ଦିନ ପୂର୍ବରୁ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହୋଇ ବିଗତ ସପ୍ତାହ ରେ ଭୁବନେଶ୍ୱର ର ନିଜ ବାସ ଭବନ କୁ ଫେରିଥିଲେ। ଆଜି ସକାଳ ପ୍ରାୟ ସାତଟା ବେଳେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ମୃତ୍ୟୁ ବେଳକୁ ତାଙ୍କୁ 95 ବର୍ଷ ହୋଇଥିଲା। ବିଗତ ବର୍ଷ କରନା ସମୟରେ ନିଜ ଜ୍ୟେଷ୍ଠ ସନ୍ତାନ କୁ ଅନେକ ମାନସିକ ଚାପରେ ଥିବା ଜଣାଯାଇଥିଲା।
ଉପାନ୍ତ ଓ ଦୁର୍ଗମ ସେରଙ୍ଗ ଗ୍ରାମର ଜଣେ ମେଧାବୀ ଛାତ୍ର ହିସାବରେ ଶ୍ରୀ ନଗେନ୍ଦ୍ର ନାୟକ ଙ୍କ ଯଥେଷ୍ଟ ସୁନାମ ରହିଛି। ସେରଙ୍ଗ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ପ୍ରଥମ ଶିକ୍ଷକ ଭାବେ ନିଜ ପେଷା ଆରମ୍ଭ କରିଥିଲେ ପରେ ରା. ଉଦେୟଗିରି ରେ କିଛି ବର୍ଷ ଶିକ୍ଷକତା କଲା ପରେ ଭୁବନେଶ୍ୱର ର ବିଭିନ ସରକାରୀ ସ୍କୁଲ ମାନଙ୍କରେ  ଶିକ୍ଷା ଦାନ କରିଥିଲେ, ଏବଂ ୟୁନିଟ 9 ର ସ୍କୁଲରେ ପ୍ରଧାନ ଶିକ୍ଷକ ଅବସ୍ଥାରେ ଅବସର ନେଇଥିଲେ।
ସେ ଜଣେ ପେଷା ରେ ନିଜ ବ୍ୟକ୍ତିଗତ ଜୀବନରେ ମଧ୍ୟ ନିଷ୍ଠାପର ବ୍ୟକତ୍ୱ ଭାବରେ ପରିଚିତ। ତାଙ୍କ ଛାତ୍ର ମାନେ ଆଜି ଅନେକ ସଫଳତାରେ ଦେଶ ର ସେବା କରୁଛନ୍ତି ବୋଲି କିଛି ଦିନ ଆଗରୁ ସେ ମନ୍ତବ୍ୟ ଦେଇଥିଲେ।

ଏହି ଖବର ପାଇ ଡ଼. ପଲ୍ଲବ ଲିମା ମଧ୍ୟ ଶୋକ ପ୍ରକାଶ କରି କହିଲେ "ନଗେନ ସାର ଜଣେ ଆଦର୍ଶ ଶିକ୍ଷକ ଥିଲେ ସେତିକି ନୁହେଁ ସେ ଜଣେ ମେନ ଅଫ ପ୍ରିନ୍ସପୁଲ ଥିଲେ। ଆଜି ଗଜପତି ଜିଲା ପାଇଁ ଏକ ଅପୁରଣୀୟ କ୍ଷତି ହୋଇଛି"।

Post a Comment

0 Comments