ଗୁମ୍ମା ଗ୍ରାମ ପଞ୍ଚାୟତରେ ଗାନ୍ଧୀ ଜୟନ୍ତୀ ଗଜପତି ଓ ସ୍ୱତନ୍ତ୍ର ଗ୍ରାମ ସଭା ଅନୁଷ୍ଠିତ
ଗଜପତି ଜିଲା ଅନ୍ତର୍ଗତ ଗୁମ୍ମା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ରେ ଗାନ୍ଧୀ ଜୟନ୍ତୀ ପାଳନ ! ଗୁମ୍ମା ସରପଞ୍ଚ ଶ୍ରୀମତି ପିତମଣି ରଇତ ପୁଷ୍ପମାଲ୍ୟ ଅର୍ପଣ ଓ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଏହିଁ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ! ପଞ୍ଚାୟତ ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ଶାନ୍ତନୁ କୁମାର ହୋତା ଏହିଁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ! ଗାନ୍ଧୀଜୀ ଙ୍କ ନୀତି ଓ ଆଦର୍ଶ ଅନୁସାରେ ଚାଲିବାକୁ ଏହିଁ ବୈଠକରେ ଆଲୋଚନା ହୋଇଥିଲା! ଆଜିର ବୈଠକରେ ସ୍ୱତନ୍ତ୍ରଗ୍ରାମ ସଭା ମାଧ୍ୟମରେ ଗ୍ରାମ ପଞ୍ଚାୟତ ର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ଓ ସମସ୍ୟା ସମ୍ପର୍କରେ ଆଲୋଚନା ହୋଇଥିଲା ଯଥା ଗ୍ରାମ ପଞ୍ଚାୟତର ଆୟ, ପଂଚାୟତର ବିଭିନ୍ନ ଦୋକାନ ଗୃହ, ହାଟର ସମସ୍ୟା, ଗାଁ ସାଥି ଚୟନ, ପାନୀୟ ଜଳ ସମସ୍ୟା ଓ ଵିଭିନ୍ନ ଉନୟନ ମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋଚନା ହୋଇଥିଲା! ଏହିଁ ବୈଠକରେ ସମିତି ସଭ୍ୟା ଶ୍ରୀମତୀ ସ୍ନିଗ୍ଧା ରାଣୀ ପାଣି, ନାଏବ ସରପଞ୍ଚ୍ଚ ଶ୍ରୀମତୀ ଗୀତାଞ୍ଜଳୀ ବର୍ଦ୍ଧନ , ୱାର୍ଡ ସଭ୍ୟ ସଭ୍ୟା, ବୁଦ୍ଧିଜୀବୀ ଉପସ୍ଥିତ ରହି ବିଭିନ୍ନ ଆଲୋଚନରେ ଭାଗ ନେଇଥିଲେ! ଏହିଁ ସଭା ଶେଷରେ ଜୀବିକା ମିସନ ଓ ପଞ୍ଚାୟତ ପକ୍ଷରୁ ସଫେଇ କାର୍ଯ୍ୟ କରାଯାଇଥିଲା!
0 Comments