Header Ads Widget

ଉନ୍ନୟନ କାର୍ଯ୍ୟ ରେ ପିଇଓ ସାହାଯ୍ୟ କରୁନଥିବା ଅଭିଯୋଗରେ ବିଡ଼ିଓ ଙ୍କୁ ଦାବିପତ୍ର ପ୍ରଦାନ


ଉନ୍ନୟନ କାର୍ଯ୍ୟ ରେ ପିଇଓ ସାହାଯ୍ୟ କରୁନଥିବା ଅଭିଯୋଗରେ ବିଡ଼ିଓ ଙ୍କୁ ଦାବିପତ୍ର ପ୍ରଦାନ

03/12/2022,
ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ସଦରମକୁମାରେ ପିଇଓ ଉନ୍ନୟନମୂଳକ କାର୍ଯ୍ୟରେ ସୋହଯୋଗ କରୁନଥିବା ଅଭଯୋଗ ହୋଇଛି। ଡାବୁଗାଁ ସରପଞ୍ଚ ନିଜ ଶତାଧିକ ସମର୍ଥକ ମାନଙ୍କ ସହ ଡାବୁଗାଁ ବ୍ଲକ କାର୍ଯୟାଳୟରେ ଆସି ବିଡିଓ ଶରତ ଚନ୍ଦ୍ର ମାଝିଙ୍କୁ ପିଇଓ ଙ୍କୁ ଅନ୍ୟତ୍ର ବଦଳି ଦାବିରେ ଦାବିପତ୍ର ପ୍ରଦାନ କରିଛନ୍ତି। ସେହିପରି ଡଙ୍ଗରିଗୁଡା ପଞ୍ଚାୟତରୁ ପାନୀୟ ଜଳ ଯୋଗାଣ ର ବିଦ୍ୟୁତ୍ ଶୁଳ୍କ ଦିଆଯାଉନଥିବାରୁ ଜଳ ଯୋଗାଣ ବନ୍ଦ କରିବା ପାଇଁ ଦାବିପତ୍ର ମାଧ୍ୟମରେ ଚେତାବନୀ ଦିଆଯାଇଛି।   
 ସୂଚନା ଅନୁଯାୟୀ ଛଅ ବର୍ଷ ପୂର୍ବେ ଡାବୁଗାଁ ପଞ୍ଚାୟତ ଅଲଗା ହୋଇ ଡଙ୍ଗରିଗୁଡା ପଞ୍ଚାୟତ ଗଢି ଉଠିଥିଲା। ପଞ୍ଚାୟତ ବିଭାଜନ ପୂର୍ବରୁ ଡାବୁଗାଁ ହାଟ ଓ ପଞ୍ଚାୟତ ଷ୍ଟଲ୍ ରହିଛି। ହାଟ ଓ ଷ୍ଟଲ୍ ରୁ ଡାବୁଗାଁ ପ ଞ୍ଚାୟତ ରାଜସ୍ବ ଆଦାୟ କରୁଛି। ଡଙ୍ଗରିଗୁଡା ପଞ୍ଚାୟତ ଡାବୁଗାଁ ଠାରୁ ଅଲଗା ହେବା ପରେ ବିବାଦ ଦେଖାଯାଇଥିଲା। ସାପ୍ତାହିକ ହାଟରେ ରାଜସ୍ବ ଅଧିକ ଆଦାୟ ହେଉଥିବା ଯୋଗୁଁ  ଦୁଇ ପଞ୍ଚାୟତ ମଧ୍ୟରେ ବିବାଦ ହୋଇ ହାଇକୋର୍ଟ ର ଦ୍ୱାରସ୍ଥ ହୋଇଛନ୍ତି। ହାଇକୋର୍ଟ ଅନ୍ତରୀଣ ଆଦେଶ ଅନୁସାରେ ଡାବୁଗାଁ ପଞ୍ଚାୟତ ୭୦% ଓ ଡଙ୍ଗରିଗୁଡ଼ା ପଞ୍ଚାୟତ ୩୦% ରାଜସ୍ବ ଆଦାୟ କରିବାକୁ ଆଦେଶ ଦେଇଛନ୍ତି ବୋଲି ଜଣା ପଡିଛି। କିନ୍ତୁ ସତ୍ୟାସତ୍ୟ ବିଡ଼ିଓଙ୍କ ତଦନ୍ତ ପରେ ଜଣା ପଡ଼ିବ। ଡାବୁଗାଁ ସରପଞ୍ଚ ଷ୍ଟଲ୍ ବାବଦ ଭଡ଼ା ଆଦାୟ କରିବାରୁ ପିଇଓ କାଲିପଦ କିର୍ତାନୀୟା  ଡଙ୍ଗରିଗୁଡ଼ା ପଞ୍ଚାୟତକୁ ଷ୍ଟଲ୍ ଭଡ଼ା ଦେବାକୁ କହିଥିଲେ। ଏହାକୁ ନେଇ ବିବାଦ ଦେଖାଯାଇଥିଲା। ବିଗତ ୬ ବର୍ଷ ଧରି ଡାବୁଗାଁ ପଞ୍ଚାୟତ ରୁ ଜଳ ଯୋଗାଣ ଡଙ୍ଗରିଗୁଡ଼ା ପଞ୍ଚାୟତ କୁ କରାଯାଉଥିଲେ ସୁଦ୍ଧା ଏହାର ବିଦ୍ୟୁତ୍ ଶୁଳ୍କ ଡାବୁଗାଁ ପଞ୍ଚାୟତ ରୁ ଦିଆଯାଉଛି। ପାଇପଲାଇନ ର ରକ୍ଷଣାବେକ୍ଷଣ ମଧ୍ୟ ଡଙ୍ଗରିଗୁଡ଼ା ପଞ୍ଚାୟତ ତରଫରୁ କରାଯାଉନାହିଁ ବୋଲି ଡାବୁଗାଁ ସରପଞ୍ଚ ଅଭିଯୋଗ କରିଛନ୍ତି। ୬ ବର୍ଷ ଧରି ଡାବୁଗାଁ ପଞ୍ଚାୟତ ଜଳ ଯୋଗାଣ ର ବିଦ୍ୟୁତ୍ ବିଲ୍ ପୈଠ କରିଥିବାରୁ ଡଙ୍ଗରିଗୁଡ଼ା ପଞ୍ଚାୟତ ୬ ବର୍ଷ ର ବିଦ୍ୟୁତ୍ ବିଲ ଡାବୁଗାଁ ପଞ୍ଚାୟତ କୁ ପ୍ରଦାନ କରିବାକୁ ଦାବି କରିଛନ୍ତି ନଚେତ ଜଳ ଯୋଗାଣ ବନ୍ଦ କରାଯିବ ବୋଲି ଚେତାବନୀ ଦେଇଛନ୍ତି। ଏହି ବିବାଦ ପାଇଁ ଉଭୟ ପଞ୍ଚାୟତ ଦାୟିତ୍ୱରେ ଥିବା ପି ଇ ଓ ଦାୟୀ ବୋଲି ଦାବୀ ପତ୍ରରେ ଉଲ୍ଲେଖ କରିଛନ୍ତି। ଦାବିପତ୍ର ପ୍ରଦାନ ସମୟରେ ସରପଞ୍ଚ ଙ୍କ ସହ ଜୋନ୍ ୧ କଂଗ୍ରେସ ସଭାପତି ପ୍ରକାଶ ପଣ୍ଡା, ଜିଲ୍ଲା ପରିଷଦ ସଭ୍ୟ ଗୁପ୍ତ ବିଶୋଇ , ପୂର୍ବତନ ବ୍ଲକ ଅଧ୍ୟକ୍ଷ ବଂଶିଧର ମାଝି, ସତ୍ୟ ରଞ୍ଜନ ପାତ୍ର, କେଶବ ରେଲି, ଜଗନ୍ନାଥ ବେହେରା ଙ୍କ ସହ ଶତାଧିକ ସମର୍ଥକ ଉପସ୍ଥିତ ଥିଲେ।

Post a Comment

0 Comments