Header Ads Widget

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୪ ମୃତ ଜଣେ ଗୁରୁତର


 କଳିଙ୍ଗ ସମାଜ (ଡ଼ାବୁଗାଁ ) ତା ୦୩/୧୧/୨୨ ନବରଙ୍ଗପୁର ଜିଲ୍ଲା ଡ଼ାବୁଗାଁ ଥାନା ଅଞ୍ଚଳ ସରାଗୁଡ଼ା ନିକଟ ରେ ଏକ ହୁଣ୍ଡାଇ  କାର ଭାରସାମ୍ୟ ହରାଇ ଗଛରେ ପିଟି ହେବାରୁ ୪ ଜଣ ଯୁବକ ଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ମୃତ ଯୁବକ ମାନେ ହେଲେ ନବରଙ୍ଗପୁରର ଶେଖ୍ ସଦ୍ଦାମ (୨୫), ନବରଙ୍ଗପୁର ର ରବିନ ସନ ହିଆଲ (୨୬), ନବରଙ୍ଗପୁର ର ସବନ ବେନିଆ( ୨୫) ଓ ପାପଡ଼ାହାଣ୍ଡି ପ୍ରଧାନିଗୁଡ଼ା ର ଅନସର୍ ଖାନ (୨୪), ଗୁରୁତର ଯୁବକ ପାପଡ଼ାହାଣ୍ଡି ର ସକିବ ଖାନ (୨୫)। ଡ଼ାବୁଗାଁ ପୁଲିସ ଦୁର୍ଘଟଣା ସ୍ଥଳରେ ପହଞ୍ଚି କାର ଜବତ କରିବା ସହ ଘଟଣା ର ତଦନ୍ତ ଆରମ୍ଭ କରିଛନ୍ତି । ସୂଚନା ଅନୁଯାୟୀ ଶୁକ୍ରବାର ବିଳମ୍ବିତ ରାତ୍ର ରେ ନବରଙ୍ଗପୁର ରୁ ଏକ ହୁଣ୍ଡାଇ କାର ନମ୍ବର( ଓଡ଼ି ୧୦ କେ ୭୭୮୬) ଯୋଗେ ୫ ଜଣ ଯୁବକ ନବରଙ୍ଗପୁର ର ଶେଖ୍ ସଦ୍ଦାମ୍ , ରବିନ ସନ୍ ହିଆଲ୍, ସବନ୍ ଵେନିଆ ଓ ପାପଡ଼ାହାଣ୍ଡି ର ଶକିବ ଖାନ ଓ ପାପଡ଼ାହାଣ୍ଡି ପ୍ରଧାନି ଗୁଡ଼ା ର ଅନସର ଖାନ ଉମରକୋଟ କୁ ତାଙ୍କ ସାଥୀ ରବିନ୍ ସନ ହିଆଲ କୁ ଛାଡ଼ିବାକୁ ଯାଉଥିଲେ । ରବିନ ସନ୍ ଉମରକୋଟ ର ଏକ ଫାଇନାନ୍ସ କମ୍ପାନୀରେ କାର୍ଯ୍ୟ କରୁଥିଲେ ।  ତେବେ ଡ଼ାବୁଗାଁ ଥାନା ଅନ୍ତର୍ଗତ ସରାଗୁଡ଼ା ନିକଟ ଏକ ବୁଲାଣି ରେ ଘନ କୁହୁଡି ଯୋଗୁଁ ରାତ୍ର ପ୍ରାୟ ୧ ଘଣ୍ଟ ସମୟରେ କାର ଭାରସାମ୍ୟ ହରାଇ ରାଜ୍ୟ ରାଜପଥ ରାସ୍ତା ବାମ ପଟ ଏକ ଗଛରେ ଜୋର୍ ରେ ପିଟି ହୋଇଯିବାରୁ ଘଟଣା ସ୍ଥଳରେ ଡ୍ରାଇଭର ଶେଖ୍ ସଦ୍ଦାମ (୨୫), ରବିନ ସନ୍ ହିଆଲ (୨୬) ଓ ସବନ ବେନିଆ (୨୬) ଙ୍କ   ମୃତ୍ୟୁ ଘଟିଥିଲା । ଗୁରୁତର ଆହତ ହୋଇଥିବା ପାପଡ଼ାହାଣ୍ଡି ପ୍ରଧାନିଗୁଡ଼ା ର ଅନ ସର୍ ଖାନ( ୨୪) ଓ ପାପଡ଼ାହାଣ୍ଡି ର ଶକିବ ଖାନ (୨୪) କୁ ଡ଼ାବୁଗାଁ ଅଗ୍ନିଶମ କର୍ମଚାରୀ  ଉଦ୍ଧାର କରି ଡ଼ାବୁଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ । ତେବେ ଅବସ୍ଥା ଗୁରୁତର ହେବାରୁ ଦୁହିଁଙ୍କୁ  କୋରାପୁଟ ଜିଲ୍ଲା ସରକାରୀ ମୁଖ୍ୟ ଚିକିତ୍ସାଳୟ ରେ  ଭର୍ତ୍ତି କରାଯାଇଥିଲା । ତେବେ ଚିକିତ୍ସାଧୀନ ଅବସ୍ଥାରେ  ଅନସାର ଖାନ ର ମୃତ୍ୟୁ ଘଟିଥିଲା । ୫ ଜଣ ଯୁବକ ମଧ୍ୟରୁ କେବଳ ଜଣେ ପାପଡ଼ାହାଣ୍ଡି ର ଶକିବ ଖାନ ବର୍ତମାନ ଗୁରୁତର ଅବସ୍ଥାରେ କୋରାପୁଟ ରେ ଚିକିତ୍ସିତ ହେଉଛନ୍ତି । ଆଜି ବଡି ଭୋର୍ ରୁ କାର ଦୁର୍ଘଟଣା ରେ ମୃତ୍ୟୁ ବରଣ କରିଥିବା ଯୁବକ ମାନଙ୍କୁ ଦେଖିବାକୁ ନବରଙ୍ଗପୁରରୁ ପରିବାର ବର୍ଗଙ୍କ ଡ଼ାବୁଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭିଡ ରହିଥିବା ବେଳେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ସ୍ୱାସ୍ଥ୍ୟକେନ୍ଦ୍ର ରେ ମୃତ୍ୟୁ ବରଣ କରିଥିବା ନବରଙ୍ଗପୁର ର ୩ ଯୁବକଙ୍କ ରକ୍ତାକ୍ତ ଶବ ପଡ଼ି ରହିଥିବା ବେଳେ ଅପରାହ୍ନରେ ଶବ ବ୍ୟେବଛେଦ ପରେ ପରିବାର ଙ୍କୁ ହସ୍ତାନ୍ତର କରାଯାଇଛି । ଡ଼ାବୁଗାଁ ପୁଲିସ ଏ ନେଇ କେସ ନ ୧୮୮/୨୨ ରେ ମାମଲା ରୁଜୁ କରିଥିବା ବେଳେ ଘଟଣାର ତଦନ୍ତ ଏ ଏସ ଆଇ ବିଜୟ କୁମାର ସାହୁ ତଦନ୍ତ କରୁଛନ୍ତି ।

Post a Comment

0 Comments