Header Ads Widget

ମୁନିଗୁଡା ପୋଲିସ ତରଫରୁ ସଡକ ସୂରକ୍ଷା ସଚେତନତା ଅଭିଯାନ।



ମୁନିଗୁଡା: ରାୟଗଡା ଜିଲ୍ଲା 
ମୁନିଗୁଡା ବ୍ଲକ ଅନ୍ତର୍ଗତ ନୂତନ କଲ୍ୟାଣ ମଣ୍ଡପ ପରିସରରେ "ସଡକ ସୂରକ୍ଷା ସଚେତନତା ଅଭିଯାନ"ବିଷମ କଟକ ପୋଲିସ ସବ ଡିଭିଜନ ଆୟୋଜନା ଓ ମୁନିଗୁଡା ପୋଲିସ ସହାୟତାରେ ଆୟୋଜିତ ହୋଇ ଯାଇଛି।ମୁନିଗୁଡା ଆଇଆଇସି ସୁଜ୍ଞାନୀ ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଚେତନତା କାର୍ଯ୍ୟକ୍ରମରେ ବିଷମକଟକ ଏସ୍ଡିପିଓ ଶ୍ରୀଯୁକ୍ତ ଆକାଶ ଚନ୍ଦ୍ର ସାହୁ ମୁଖ୍ୟ ଅତିଥିଭାବେ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥିଭାବେ ଅମ୍ବାଦଳା ଥାନା ଆଇଆଇସି କମଳାକାନ୍ତ କଅଁର ଓ ବିଷମକଟକ ଆଇଆଇସି ସୁମତି ମହାନ୍ତି ଉପସ୍ଥିତ ରହି ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।ସଭାପତିତ୍ୱ କରୁଥିବା ମୁନିଗୁଡାର ଆଇଆଇସି ସୁଜ୍ଞାନୀ ସାହୁଙ୍କ ସଡକ ସୁରକ୍ଷା ସଚେତନତା ସମ୍ବନ୍ଧୀୟ ପ୍ରାରମ୍ଭିକ ସୂଚନା ପ୍ରଦାନ ପରେ ମୁଖ୍ୟ ଅତିଥି ଏସ୍ଡିପିଓ ଶ୍ରୀଯୁକ୍ତ ସାହୁ ପରଦା ମାଧ୍ୟମରେ ପ୍ରଦର୍ଶିତ ସଡକ ସୁରକ୍ଷା ସଚେତନତା ସମ୍ବନ୍ଧୀୟ ଶତର୍କତା,ଦୁର୍ଘଟଣାର ବିଭିନ୍ନ କାରଣ,ଦୁର୍ଘଟଣା ଜନିତ ଜନ ଜୀବନ ଓ ଧନ ହାନୀ,ପାରିବାରିକ ଅଶାନ୍ତି,ସରକାରୀ ସମ୍ପତି ହାନି ସହିତ ସରକାରଙ୍କ ବୃହତ ରାଜସ୍ବର ଅଯଥା ବିପଥଗାମୀ ଉପରେ ଭିଜୁଆଲ ଦେଖାଇବା ସହ ଅତି ସରଳ ଓ ମାର୍ମିକଭାବେ ବୁଝାଇଥିଲେ।ସଭିଙ୍କୁ ବିନମ୍ର ଅନୁରୋଧ କରିଥିଲେ ନିଜ ଜୀବନର ସୁରକ୍ଷା କରିବା ସହିତ ଅନ୍ୟକୁ ସୁରକ୍ଷିତ ରଖିବା ପାଇଁ।ଅନ୍ୟଥା ପୋଲିସ ବାଧ୍ୟହୋଇ ଆଇନର ସହାୟତା ନେଇ ଜୋରିମାନା କରିବ,ଗାଡି ଜବତ କରିବ ବୋଲି ଶତର୍କ କରାଇଥିଲେ।ଏହି ପରିପ୍ରେକ୍ଷୀରେ ମୁନିଗୁଡା ଉଚ୍ଚ ବାଳିକା ବିଦ୍ୟାଳୟ ତରଫରୁ ସଡକ ସୁରକ୍ଷା ଉପରେ ନାଟକ ପ୍ରଦର୍ଶନ କରାଯାଇଥିଲା ବେଳେବ୍ଲକରବିଭିନ୍ନବିଦ୍ୟାଳୟ,ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସଡକ ସୁରକ୍ଷାକୁ ନେଇ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।କବି କୂତଲ ଚାନା,ହାବିଲଦାର ନିତ୍ୟାନନ୍ଦ ପଣ୍ଡାଙ୍କ ଦ୍ଵାରା ସୁରକ୍ଷାକୁ ନେଇ ସ୍ୱରଚିତ କବିତା ପାଠ କରାଯାଇଥିଲା।ସେହିପରି ସମ୍ମାନିତ ଅତିଥି ସୁମତି ମହାନ୍ତି,ବରିଷ୍ଠ ସାମ୍ବାଦିକ ମନୋରଞ୍ଜନ ଦଳାଇ,ଡା.ରଚିନନ୍ଦନ ସାହୁ,ଆରପିଏଫ ଇନ୍ସପେକ୍ଟର ପି.ଶ୍ରୀନିବାଶ ରାଓ,ଫାର୍ମାସିଷ୍ଟ ପ୍ରଶାନ୍ତ ବାଗ,ମୁନିଗୁଡା ଡ୍ରାଇଭର ସଙ୍ଘ ସଭାପତି ଶଙ୍କର ଗୁଡୁମ୍ବକା,ଗାଡି ଚାଳକ ଜଗଦୀଶ ସାହୁ,ଗାଡି ମାଲିକ କୁନୁ ସୁନା,ଯୁବ ସମାଜସେବୀ ଡମ୍ବରୁଧର କୌଶଲ୍ୟା ପ୍ରମୁଖ ସଡକ ସୁରକ୍ଷା,ଜୀବନ ରକ୍ଷାକୁ ନେଇ ଶତର୍କତା ଆପଣେଇବା ପାଇଁ ଉପସ୍ଥିତ ଶତାଧିକ ଗାଡି ଚାଳକ,ଶିକ୍ଷକ- ଶିକ୍ଷୟିତ୍ରୀ,ଛାତ୍ରଛାତ୍ରୀ,ସାମାଜିକକର୍ମୀ ଓ ସାଧାରଣ ଜନତାଙ୍କୁ ସେମାନଙ୍କ ଅତି ସ୍ପର୍ଶକାତର ଅନୁଭୂତି,ଅଭିଜ୍ଞତା ଓ ଅଙ୍ଗେନିଭା କଥାକୁ ବକ୍ତବ୍ୟରେ କହିଥିଲେ।ପରେ ଚିତ୍ରଙ୍କନାରେ ୧୨ଜଣ କୃତ୍ତି ପ୍ରତିଯୋଗୀ ଓ ସଡକ ଦୁର୍ଘଟଣା ସମୟରେ ସହାୟତାର ହାତ ବଢ଼ାଇ ଜୀବନ ରକ୍ଷା କରିପାରିଥିବା ମୁନିଗୁଡାର ସାମାଜିକକର୍ମୀ ପୂର୍ଣ୍ଣଚନ୍ଦ୍ର ଗୌଡ଼,ବୁଡୁ ଶବର,ରମେଶ ଗୌଡ଼,ସାମ୍ବାଦିକ ସନାତନ ନାୟକଙ୍କୁ ମାନପତ୍ର ଓ ପୁଷ୍ପଗୁଛ ଦେଇ ସମ୍ମାନିତ କରାଯାଇଥିଲା।ଶେଷରେ ଏସଡ଼ିପିଓ ଆକାଶ ଚନ୍ଦ୍ର ସାହୁ ଉପସ୍ଥିତ ଜନତାଙ୍କୁ ସଡକ ସୁରକ୍ଷା,ଜୀବନ ରକ୍ଷା ନିମନ୍ତେ ନିଜେ ସଚେତନ ରହିବା ସହ ଅନ୍ୟ ମାନଙ୍କୁ ସଚେତନ କରିବା ପାଇଁ ସାମୁହିକ ଶପଥ ପାଠ କରାଇଥିଲେ।ଆଗାମୀ ଦିନରେ ଏହି ସଚେତନତା କାର୍ଯ୍ୟକ୍ରମ ପ୍ରତ୍ୟକ ବିଦ୍ୟାଳୟ ମହାବିଦ୍ୟାଳୟ,ସାହିବସ୍ତି,ବିଭିନ୍ନ ଛକ ଉପରେ ଆୟୋଜିତ ହେବ ବୋଲି ଶ୍ରୀଯୁକ୍ତ ସାହୁ ସୁଚନା ଦେଇଥିଲେ।ଅନ୍ୟମାନଙ୍କ ମଧ୍ୟରେ ମୁନିଗୁଡା ଥାନା ଅତିରିକ୍ତ ଆଇଆଇସି ଅମୂଲ୍ୟ ସରଦାର,ସେକେଣ୍ଡ ଅଫିସରନରସିଂହବେହେରା,ମନୋରଞ୍ଜନ ବିଶ୍ବାଳ,ହେମଲତା ଶବର,ପ୍ରସନ୍ନ ନାୟକ ଓସମସ୍ତପୋଲିସ,ସିଆରପିଏଫ,ଆରପିଏଫ ଯବାନ ପରିଚାଳନାରେ ସହାୟତା କରିଥିଲେ।ମଞ୍ଚ ସଂଯୋଜନାରେ ମୁନିଗୁଡାର ସୁନାମଧନ୍ୟ ସଂଯୋଜକ ଅକ୍ଷୟ କୁମାର ରଥ ଓ ଉତ୍ତମ କୁମାର ଦାସ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ।ଶେଷରେ ଅମ୍ବାଦଳା ଆଇଆଇସି କମଳାକାନ୍ତ କଅଁର ଅନ୍ତିମ ଅବିଭାଷାଣ ପ୍ରଦାନ ପୂର୍ବକ ସଭିଙ୍କ ସହଯୋଗ ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ।

Post a Comment

0 Comments