Header Ads Widget

ଜିନେଲଗୁଡା ଜଙ୍ଗଲରେ ପୋଲିସ ଓ ମାଓବାଦୀ ଗୁଳି ବିନୀମୟ

 
କାଲିମେଳା, 21/11, ଟି ସତ୍ୟ ନାରାୟଣ ସୁବୁଦ୍ଧି ---

ଦୀର୍ଘଦିନ ପରେ ମାଲକାନଗିରି ଜିଲ୍ଲାରେ ଦେଖିବାକୁ ମିଳିଛି ପୋଲିସ ଓ ମାଓବାଦୀ ମଧ୍ୟରେ ଗୁଳି ବିନିମୟ | ବଡ଼ ଧରଣର ଗୁଳିବିନିମୟ ଘଟି ଜଣେ ମାଓବାଦୀ ନିହତ ହୋଇଥିବା ବେଳେ ଜଣେ ଯବାନ ଆହତ ହୋଇଛନ୍ତି । ମାଲକାନଗିରି ଜିଲ୍ଲା ମଧ୍ୟକୁ ବାହାର ରାଜ୍ୟରୁ ମାଓବାଦୀ ପଶିବାକୁ ଉଦ୍ୟମ ବେଳେ ଡିଭିଏଫ ଯବାନ ଓ ମାଓବାଦୀ ଙ୍କ ମଧ୍ୟରେ ଏହି ଗୁଳିବିନିମୟ ଘଟିଥିବା ସୂଚନା ମିଳିଛି। ତଥ୍ୟ ଅନୁଯାୟୀ ଜିଲ୍ଲାର କାଲିମେଳା ବ୍ଲକ ରେ ଥିବା ଜିନେଲଗୁଡା ଜଙ୍ଗଲ ଦେଇ କିଛି ମାଓବାଦୀ ଜିଲ୍ଲା ମଧ୍ୟକୁ ପଶିବାକୁ ଉଦ୍ୟମ କରୁଥିବା ବେଳେ ଏହି ଖବର ପାଇ ଅଞ୍ଚଳରେ ଡିଭିଏଫ ଯବାନ ମାନେ ତଲାସୀ ଅଭିଯାନ ଆରମ୍ଭ କରିଥିଲେ। ତେବେ ବିଳମ୍ବିତ ରାତିରେ ଯବାନ ଓ ମାଓବାଦୀ ଙ୍କ ମଧ୍ୟରେ ସାମ୍ନା ସାମ୍ନି ହେବା ସହ ଗୁଳିବିନିମୟ ହୋଇଥିଲା। ଯେଉଁଥିରେ ଜଣେ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି।ସେହିପରି ଜଣେ ଡିଭିଏଫ ଯବାନ ଏହି ଗୁଳିବିନିମୟ ରେ ଆହତ ହୋଇଥିବା ବେଳେ ତାଙ୍କ ନାମ ଡମ୍ବୁରୁ ବଡ଼ ନାୟକ ବୋଲି ଜଣା ପଡ଼ିଛି। ବର୍ତ୍ତମାନ ମଧ୍ୟ ଅଞ୍ଚଳରେ ତଲାସୀ ଅଭିଯାନ ଜାରି ରହିଥିବା ନେଇ ସୂଚନା ମିଳିଛି।

Post a Comment

0 Comments