ସମେଇଗୁଡ଼ା ଭାଇ ଭାଉଜ ହତ୍ୟା କାଣ୍ଡ ଘଟଣା ର ୨୪ ଘଣ୍ଟା ନ ପୁରୁଣା ପୋଲିସ କୁ ମିଳିଛି ଏହି ସଫଳତା l ହତ୍ୟାରେ ବ୍ୟବହୃତ ବଡ଼ ଖଣ୍ଡା, ବିଷ ବୋତଲ ଓ ଏକ ମୋଟର ସାଇକେଲ କୁ ଜବତ କରାଯାଇଛି l ଏନେଇ ଆସିକା ଥାନା ରେ ଉପଖଣ୍ଡ ପୋଲିସ ଆରାକ୍ଷୀ ଅଧିକାରୀ ସଞ୍ଜୟ କୁମାର ମହାପାତ୍ର ସାମ୍ବାଦିକ ସମିଳନ୍ନି ରେ ସୂଚନା ଦେଇଛନ୍ତି l ବୁଧବାର ସକାଳ ସମୟରେ ସମେଇଗୁଡ଼ା ଗ୍ରାମର ରାଜୁ ପାତ୍ର ଓ ତାଙ୍କ ସ୍ତ୍ରୀ ଚାଷ କାମ କରୁଥିବା ବେଳେ ପୂର୍ଵ ପ୍ରସ୍ତୁତି ପ୍ରକାରରେ ମୃତ ରାଜୁ ର ଭାଇ ଭୋବିନି ପାତ୍ର, ସ୍ତ୍ରୀ ରଂଜିତା ପାତ୍ର, ପୁଅ ପୁପୁନି ତିନିହେ ମିଶି ଏହି ହତ୍ୟା କାଣ୍ଡ ଘଟାଇଥିଲେ l ବିବାଦୀୟ ଜମି କୁ କେନ୍ଦ୍ର କରି ଏହି ହତ୍ୟା କାଣ୍ଡ ଘଟିଥିବା କୁହାଯାଉଛି l
l ଘଟଣା ସ୍ଥଳରେ ରାଜୁର ମୃତ୍ୟୁ ହୋଇଥିବା ବେଳେ ପାଖରେ ଦେଖୁଥିବା ତାଙ୍କ ସ୍ତ୍ରୀ ଲକ୍ଷ୍ମୀ କୁଆଡେ ହତ୍ୟା ଘଟଣା ର ପ୍ରଘଟ କରିଦେବା ଭୟ ରେ ସମସ୍ତେ ମିଶି ମାଡ଼ ମାରି ତଳେ ପକାଇ କୀଟନାଶକ ଔଷଧ ପିଆଇ ଦେଇଥିଲେ l ଲକ୍ଷ୍ମୀ ଗୁରୁତର ହୋଇ ପଡ଼ିଥିବା ବେଳେ ପ୍ରଥମେ ଆସିକା ମେଡିକାଲ ଏବଂ ତାପରେ ବ୍ରହ୍ମପୁର ବଡ଼ ମେଡିକାଲ ରେ ମୃତ୍ୟୁ ହୋଇଥିଲା l ଫେରାର ଥିବା ମୃତ ର ପୁତୁରା ପାପୁନ କୁ ବଡ଼ଗଡ଼ ଥାନା ଇଲାକାର ଏକଲ ପୁର ଠାରୁ ଗିରଫ କରି ସମୁଦାୟ ତିନି ଜଣକୁ ଆଜି କୋର୍ଟ ଚାଲାଣ କରାଯାଇଅଛି l ପୋଲିସ ଏହି ଘଟଣା ସ୍ଥଳକୁ ଆସାମୀ ମାନଙ୍କୁ ନେଇ ସ୍କ୍ରିନ ରିକରେସନ କରାଯାଇଥିଲା l
ଗଞ୍ଜାମ ଜିଲ୍ଲା ଆସିକା ରୁ ହରିହର ପାଢ଼ୀ ଙ୍କ ରିପୋର୍ଟ
0 Comments