ଭଞ୍ଜନଗର,୧୦/୧-ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ରେ ଆତ୍ମ ରକ୍ଷା ତାଲିମ ଶିବିର ଉଦଘାଟିତ ହୋଇଯାଇଛି। ଅଧକ୍ଷ ରାଜେନ୍ଦ୍ର କୁମାର ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିବିରକୁ ଉଦଘାଟନ କରିଥିଲେ। ସମ୍ମାନୀତ
ଅତିଥି ଭାବେ ନାଭାଲ ୟୁନିଟ୍ ଏନ୍ ସି ସି ର ପି ଆଇ ଗଜେନ୍ଦ୍ର ବେହେରା ,ଭଜମନ ସା, ପ୍ରଶାସନିକ ଅଧିକାରୀ ବିଭାସ ଦାସ ଯୋଗଦେଇ ତାଲିମ ର ଉଦ୍ଦେଶ୍ୟ ସମ୍ପର୍କରେ କହିଥିଲେ। ମାଷ୍ଟର ଟ୍ରେନର ଇତିଶ୍ରୀ ସ୍ଵାଇଁ ତାଲିମ ପ୍ରଦାନ କରୁଛନ୍ତି। ସଂଯୋଜିକା ତୃପ୍ତିମୟୀ ଦାସ ସ୍ଵାଗତ ଭାଷଣ ଦେଇଥିବା ବେଳେ ଅଧ୍ୟାପକ ଡ ରବିନ୍ଦ୍ର ମିଶ୍ର ଧନ୍ୟବାଦ୍ ପ୍ରଦାନ କରିଥିଲେ। ସପ୍ତାହ ବ୍ୟାପି ଏହି ଶିବିର ଚାଲିବ
0 Comments