ମିଳିତ ଜାତି ସଂଘର ଘୋଷଣା ନାମାର ବିଶେଷତ୍ଵ
୯ ଅଗଷ୍ଟ ବିଶ୍ଵ ଆଦିବାସୀ ମାନଙ୍କର ଏକ ସ୍ମରଣୀୟ ଦିବସ ଅଟେ । ମିଳିତ ଜାତିସଂଘ ର ଆଦିବାସୀ ଜନସଂଖ୍ୟା ଶାଖାର କାର୍ଯ୍ୟ କାରୀ ସଦସ୍ୟ ବୈଠକରେ ୧୯୮୨ ମସିହାରେ ପ୍ରଥମେ ଆନ୍ତର୍ଜାତୀକ ବିଶ୍ଵ ଆଦିବାସୀ ଦିବସ ପାଳନର ପ୍ରସ୍ତାବ ଉପସ୍ଥାପନା କରାଗଲା ଏବଂ ପରବର୍ତ୍ତୀ ମିଳିତ ଜାତିସଂଘର ସାଧାରଣ ଅଧିବେଶନରେ ୨୩ ଡିସେମ୍ବର ୧୯୯୪ ମସିହା ନିର୍ଦ୍ଧାରଣ ସଂଖ୍ୟା ୪୯/୨୧୪ ଅନୁଯାୟୀ ୯ ଅଗଷ୍ଟ କୁ ପ୍ରତି ବର୍ଷ “ଆନ୍ତର୍ଜାତୀକ ବିଶ୍ଵ ଆଦିବାସୀ ଦିବସ” ରୂପେ ମାନ୍ୟତା ଦେଇ ପାଳନ କରିବାପାଇଁ ଗୃହୀତ ହେଲା ।
ସେହି ଦିନ ଠାରୁ ବିଶ୍ଵର ବିଭିନ୍ନ ପ୍ରାନ୍ତରରେ ଆଦିବାସୀ ମାନଙ୍କ ଅଧିକାରର ସୁରକ୍ଷା ଓ ଉତ୍ତରୋତ୍ତର ଉନ୍ନତି ପାଇଁ ଉଦ୍ଧିଷ୍ଟ, ମିଳିତ ଜାତିସଂଘର ବାର୍ତ୍ତା କୁ ଆଦିବାସୀ ମାନେ ଆଗ୍ରହର ସହିତ ସମଗ୍ର ବିଶ୍ଵରେ ପ୍ରେରଣ କଲେ ।
ଚଳିତ ବର୍ଷ ଆନ୍ତର୍ଜାତୀକ ବିଶ୍ଵ ଆଦିବାସୀ ଦିବସ ମଙ୍ଗଳବାର ୯ ଅଗଷ୍ଠ ୨୦୨୨ ପୂର୍ବାହ୍ନ ଘ .୧୦.୦୦ ଠାରୁ ଅପରାହ୍ନ ୦୫.୦୦ଣ୍ଟିକା ପର୍ଯ୍ୟନ୍ତ ନିଯୁୟର୍କ ସ୍ଥିତ ମିଳିତ ଜାତିସଂଘର ମୁଖ୍ୟ କାର୍ଯ୍ୟ।ଳୟର ECOSOC ପ୍ରକୋଷ୍ଠରେ ଅନୁଷ୍ଠିତ ହେବ । ଏହି ବର୍ଷ ମୁଖ୍ୟତଃ “ପାରମ୍ପରିକ ଜ୍ଞାନକୌଶଳ ର ସଂରକ୍ଷଣ ଓ ସଞ୍ଚାରଣ କ୍ଷେତ୍ରରେ ଆଦିବାସୀ ମହିଳାଙ୍କ ଭୂମିକା” ଶୀର୍ଷକ ଉପରେ ବିଭିନ୍ନ ଦେଶର ଆଦିଆବସୀ ବିଶାରଦ ମାନଙ୍କ ଦ୍ଵାରା ଆଲୋଚନା ଅନୁଷ୍ଠିତ ହେବ । ଆଲୋଚନାରେ ମୁଖତଃ ଲୋପ୍ତ ପ୍ରାୟ ଆଦିବାସୀ ମାନଙ୍କର ପାରମ୍ପରିକ ଜ୍ଞାନକୌଶଳ (ବୌଦ୍ଧିକ ସମ୍ପତି/Intellectual knowledge)କୁ ପୁନରୁଦ୍ଧାର କରି ସୁରକ୍ଷିତ ଓ ସୃଜନଶୀଳ କିଭଳି କରାଯାଇପାରିବ ଏବଂ ନିଜର ସାଂସ୍କୃତିକ ଐତିହ୍ୟ , ପାରମ୍ପରିକ ଜ୍ଞାନ ଓ ସାଂସ୍କୃତିକ ପ୍ରଦର୍ଶନ ସହ ବୌଦ୍ଧିକ ସଂପତ୍ତିକୁ ବଜାୟ ରଖିବା , ଚିହ୍ନଟ କରି ଏହାର ନିୟନ୍ତ୍ରଣ ତଥା ସୁରକ୍ଷା , ବିକାଶ ଓ ଏହାର ପ୍ରୟୋଗ କୁ ସୁନିଶ୍ଚିତ କରିବା ପାଇଁ ଗୁରୁତ୍ଵ ଦିଆଯିବ । କାରଣ ଭାଷା ଓ ସଂସ୍କୃତି ହେଉଛି ପ୍ରତ୍ୟକ ଆଦିବାସୀର ନିଜସ୍ଵ ପରିଚୟ । ଭାଷା ଓ ସଙ୍କୃତି କୁ ନେଇ ଜାତିର ପରିଚୟ ନିରୂପଣ କରାଯାଇଥାଏ । ଯିଏ ଯେଉଁ ଭାଷା କହେ ସେ ସେହି ଜାତିର ଅଟେ । କାରଣ , ଭାଷା ହେଉଛି ଜାତିର ରକ୍ତ ଓ ସଂସ୍କୃତି ତାହାର ଜୀବନ ଏବଂ ଜାତି ହେଉଛି ବ୍ୟକ୍ତିର ଶରୀର । ଶରୀରର ପୂର୍ଣାଙ୍ଗ ବିକାଶ ଓ ସୁସ୍ଥସବଳ ରଖିବା ପାଇଁ ଶରୀରରେ ରକ୍ତର ଭୂମିକା ଗୁରତ୍ଵପୂର୍ଣ୍ଣ ଅଟେ । ଯେଉଁ ଜାତିର ଭାଷା ଓ ସଂସ୍କୃତି ଯେତେ ସ୍ଵଚ୍ଚ ,ପରିମାର୍ଜିତ ଓ ସମୃଦ୍ଧ ସେ ଜାତି ସେତେ ଉନ୍ନତ ଓ ସମୃଦ୍ଧ ଅଟେ ।
ସମଗ୍ରହ ପୃଥିବୀ ଦୁଇଟି ବିଚାର /ସିଦ୍ଧାନ୍ତ/ବାଦ/ ସଂସ୍କୃତି ଆଧାରରେ ପରିଚାଳିତ ଅଟେ । ପ୍ରଥମ ସଂସ୍କୃତି /ବାଦ /ବିଚାର ହେଉଛି ବ୍ୟକ୍ତି ବ୍ୟକ୍ତି ବାଦ ବା ବ୍ୟକ୍ତିଗତ ସାସ୍କୃତି (Individualism /witness culture )ଏହା ବ୍ୟକ୍ତିଗତ ଜୀବନ ଶୈଳୀ ଆଧାରରେ ତାହାର ସମାଜ ପରିଚାଳିତ ହୁଏ ଓ ସଂପୂର୍ଣ୍ଣ ବ୍ୟକ୍ତି କେନ୍ଦ୍ରିତ ଅଟେ । ଦ୍ଵିତୀୟଟି ହେଉଛି ସାମୁହିକତାବାଦ ବା ଗୋଷ୍ଠିଗତସଂସ୍କୃତି ( Communitirialism /participatory culture) ଏହା ଗୋଷ୍ଠୀଗତ /ସାମୁହିକତାବାଦ ଜୀବନଶୈଳୀ ଉପରେ ଆଧାରିତ ଅଟେ । ବ୍ୟକ୍ତିକୁ ଗୁରୁତ୍ଵ ନ ଦେଇ ସାମୁହିକ ଭାଇଚାର ଓ ଭାତୃତ୍ଵ ଭାବକୁ କୁ ଗୁରୁତ୍ଵ ଦିଆଯାଇଥାଏ । ସମଗ୍ରହ ବିଶ୍ଵ ଆଜି ଶାନ୍ତି , ସଦଭାବନା ଓ ଭାଇଚାରରୁ ଦୂରେଇଯାଇ ଅଶାନ୍ତି , ଅସହିଷ୍ଣୁ, ଘୃଣା ,ବାଦବିବାଦ ଓ କଳହ /ଯୁଦ୍ଧକୁ ଆପଣେଇଛି ,ଏଣୁ ମିଳିତ ଜାତିସଂଘ ୨୦୩୦ଏଜେଣ୍ଡା ରେ କିଭଳି ଭାବରେ ଶାନ୍ତି ,ଭାଇଚାର /ଭାତୃତ୍ଵ ଭାବ କୁ ପୁନଃ ସ୍ଥାପନ କରାଯାଇପାରିବ ସେହି ଦିଗରେ ଯଥେଷ୍ଠ ଧ୍ୟାନ ଦେଇ ଆଦିବାସୀ ମାନଙ୍କ ସଂସ୍କୃତି ମାଧ୍ୟମରେ ପୁନଃସ୍ଥାପନ କରାଯାଇପାରିବ ବୋଲି ସ୍ପଷ୍ଟ ମତ ରଖିଛି । ଏହା ସହିତ ୯ ଅଗଷ୍ଟ ଅନର୍ଜାତୀକ ବିଶ୍ଵ ଆଦିବାସୀ ଦିବସ ପାଳନ ଅବସରରେ ଆଦିବାସୀଙ୍କ ସାମର୍ଥ୍ୟ , ନମନୀୟତା , ଆତ୍ମାଭିମାନ , ଶାନ୍ତି ଓ ଆଡମ୍ବର ଜୀବନଶୈଳୀ କୁ ସ୍ପିକୃତି ଓ ସମ୍ମାନ ଦେବା ସହିତ ଏହାର ନିୟନ୍ତ୍ରଣ ତଥା ସୁରକ୍ଷା , ବିକାଶ ଓ ଏହାର ପ୍ରୟୋଗ କୁ ସୁନିଶ୍ଚିତ କରିବା ପାଇଁ ଆହ୍ଵାନ ଦିଏ । (ଇତି)
ଶ୍ରୀ . ଥିଓଫିଲ ଗମାଙ୍ଗ ,ଆବାହକ , ଇଣ୍ଡିଜିନୌସ ପିପୁଲ୍ସ ଫୋରମ ,ଓଡ଼ିଶା
ଯୋଗାଯୋଗ -୯୪୩୮୧୫୬୩୧୫/୭୮୫୩୯୬୦୯୯୪
0 Comments