ଗୁମା ବ୍ଳକ ରେ ଵୃକ୍ଷ ରୋପଣ କାର୍ଯ୍ୟକ୍ରମ
15-08-2022
ଗୁମ୍ମା
ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ଦଳ ସଭାପତି ଙ୍କ ଆଦେଶ କ୍ରମେ, ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ବିଜୁ ଜନତା ଦଳର 25 ବର୍ଷ ପୂର୍ତ୍ତି ଉପଲକ୍ଷେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଗୁମ୍ମା ବିଜୁ ଯୁବ ଜନତା ଦଳର ସଭାପତି ଶ୍ରୀ ନିରୋଜ କୁମାର ଷଡ଼ଙ୍ଗୀ ଙ୍କ ନେତୃତ୍ବ ରେ ଏବଂ ଗୁମ୍ମା ବ୍ଳକ ର ପୁରୁଖା ନେତା ତଥା ବିଜେଡି ରାଜ୍ୟ ସଂଖ୍ୟା ଲଘୁ ସେଲର ସାଧାରଣ ସମ୍ପାଦକ ଡ଼.ପଲଵ ଲିମାଙ୍କ ସହାୟତା ରେ ଗୁମ୍ମା ସରପଞ୍ଚ ଶ୍ରୀମତୀ ପିତମନି ରଇତ ଓ ସମିତି ସଭ୍ୟ ଶ୍ରୀମତି ସ୍ନିଗ୍ଧା ରାଣୀ ପାଣି ଙ୍କ ଉପସ୍ଥିତି ରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ଗୁମ୍ମା ବ୍ଲକ ବିଜୁ ଯୁବ ଛାତ୍ର ଜନତା ଦଳର ବହୁ କର୍ମୀ ଏହି କାର୍ଯ୍ୟକ୍ରମ ରେ ଯୋଗଦେଇଥିଲେ। ବୃକ୍ଷ ରୋପଣ ଭଳି ମହତ୍ କାର୍ଯ୍ୟ ପାଇଁ ଏହି ଅଞ୍ଚଳରେ ବୁଦ୍ଧିଜୀବି ଏହାକୁ ପ୍ରଶଂସା କରିଛନ୍ତି।
0 Comments