Header Ads Widget

ବରିଷ୍ଠ ନାଗରିକ ଦିବସ ପାଳନ

ପାରଳାଖେମୁଣ୍ଡି। ୨୧/୮
ବାଳ ମୁକୁନ୍ଦ କେନ୍ଦ୍ର ଦ୍ୱାରା ନୂତନ ଶିକ୍ଷା କୌଶଳ ପ୍ରୟୋଗ କରି ବରିଷ୍ଠ ନାଗରିକ ଦିବସ ପାଳିତ। ଅବତାର ଜଗଦଗୁରୁ ଶ୍ରୀ କୃପାଳୁ ମହାରାଜାଙ୍କ ଶହେତମ ଜନ୍ମବାର୍ଷିକୀ ଉତ୍ସବ ଅଭିଯାନ ବାଳ ମୁକୁନ୍ଦ କେନ୍ଦ୍ର ଦ୍ୱାରା ଚାଲୁଥିବା ବେଳେ ଆଜିର ରବିବାର କାର୍ଯ୍ୟକ୍ରମ ବରିଷ୍ଠ ନାଗରିକ ଦିବସ ଅବସରରେ ଶିଶୁମାନେ ସଂଯୋଜକ ନିତ୍ୟାନନ୍ଦ ଚୌଧୁରୀ ସହିତ ଘର ଘର ବୁଲି ବରିଷ୍ଠ ନାଗରିକମାନଙ୍କ ଠାରୁ  ଆଶୀର୍ବାଦ ସହିତ ନୀତିଶିକ୍ଷା ପାଇଥିଲେ ଏବଂ ସେମାନଙ୍କର ଭଲମନ୍ଦ କଥା ପିଲାମାନେ ପଚାରି ବୁଝିଥିଲେ  l ବରିଷ୍ଠ ନାଗରିକ ଗଣ କେନ୍ଦ୍ର ପୁରାଧା ହରେ ରାମ କୃଷ୍ଣ ଚୌଧୁରୀ, ବାସନ୍ତୀ ଚୌଧୁରୀ, ଉଦୟ ଚନ୍ଦ୍ର ଜେନା, ରାସବିହାରୀ ମିଶ୍ର, ତ୍ରିବେଣୀ ଦାସ, ଉଦୟ ଦାଶ ଏବଂ ସୀତାକାନ୍ତ ମିଶ୍ର l ଶେଷରେ ରାଜଗୁରୁ ସାହି ମଝିରେ ଥିବା ଶ୍ରୀ ଶ୍ରୀ ଗୋପୀନାଥ ମହାପ୍ରଭୁଙ୍କ ମନ୍ଦିରକୁ ପିଲାମାନେ ଯାଇ ଦର୍ଶନ କରି  ବରିଷ୍ଠ ନାଗରିକମାନଙ୍କ ଉତ୍ତମ ସ୍ୱାସ୍ଥ୍ୟପାଇଁ ପ୍ରାର୍ଥନା କରିଥିଲେ  l

Post a Comment

0 Comments