ଗୁମ୍ମା ରେ କେବେ ସୁଧୁରିବ ଆଲୋକୀକରଣ ବ୍ୟବସ୍ଥା ?
ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ସଦମହକୁମାରେ ଦେଖାଦେଇଛି ଆଲୋକୀକରଣ ଅବ୍ୟବସ୍ଥା। ବାରମ୍ବାର ଅଭିଯୋଗ ପରେ ମଧ୍ୟ ତାହା ସୁଧୁରିପାରୁନି। ଏନେଇ ଅଞ୍ଚଳର ଜନ ପ୍ରତିନିଧି, ଗ୍ରାମବାସୀ ଓ ଯୁବକଗଣ ବାରମ୍ବାର ବିଡିଓ ଓ ପଂଚାୟତ ନିର୍ବାହୀ ଅଧିକାରୀ ଙ୍କୁ ଭେଟି ଦରଖାସ୍ତ ପ୍ରଦାନ ସହ ନିଜ ସମସ୍ୟା ଜଣାଇଛନ୍ତି। ହେଲେ ଫଳ ଶୂନ, ସମସ୍ୟା ସୁଧୁରିବା ର କୌଣସି ସମ୍ଭାବନା ଦେଖାଯାଉ ନାହିଁ। ପ୍ରଶାସନ ର ଦାୟିତ୍ଵ ହୀନତା ଓ ଖାମଖିଆଲ ମନୋଭାବ ଯୋଗୁଁ ହନ୍ତସନ୍ତ ହେଉଛନ୍ତି ଗୁମ୍ମା ଅଞ୍ଚଳବାସୀ। ଗୁମ୍ମା ଛକ ଠାରୁ ଗୁଣୁପୁର ସଂଯୋଗ କରୁଥିବା ଏହି ରାସ୍ତାରେ ସନ୍ଧ୍ୟା ହେଲେ ଯିବାକୁ ଭୟ ଲାଗୁଛି । ଅନେକ ଥର ଦୁର୍ଘଟଣା ଘଟିଛି। ତଥାପି ନିଦ ଭାଙ୍ଗୁନି ପ୍ରଶାସନର। ଅଞ୍ଚଳ ବାସୀଙ୍କ ମନରେ ପ୍ରଶ୍ନ କେବେ ସୁଧୁରିବ ଆଲୋକୀକରଣ ବ୍ୟବସ୍ଥା ? ଗୁମ୍ମା ଛକ ଠାରୁ ଗୁମ୍ମା ଖ୍ରୀଷ୍ଟିଆନ୍ ସାହିର ଅନେକ ସ୍ଥାନରେ ଆଲୋକ ର ବ୍ୟବସ୍ଥା କରାଗଲେ ଏ ଅଞ୍ଚଳର ବ୍ୟବସାୟୀ, ପ୍ରାତଃ ଭ୍ରମଣ କାରୀ, ମେଡିକାଲ କାର୍ଯ୍ୟରେ ଆସୁଥିବା ବ୍ୟକ୍ତି ଉପକୃତ ହୋଇପାରିବେ। ଦେଖାଯାଉ କେବେ ପ୍ରଶାସନ ଏ ଘଟଣା ପ୍ରତି ଦୃଷ୍ଟି ଦେବ ଏବଂ ଆଲୋକ ଜଳାଇବାର ବ୍ୟବସ୍ଥା କରିବ।
0 Comments