Header Ads Widget

ଶତାୟୁ ଉର୍ଦ୍ଧ୍ବ ଗୀର୍ଜା ଘର ବର୍ଷା ରେ କ୍ଷତି ଗ୍ରସ୍ତ

 

ଓଡ଼ିଶାର ମୁଖ୍ୟଧାରର ଜୟପୁର ଇଭଞ୍ଜେଳିକାଲ ଚର୍ଚ୍ଚ ର ଗୁରୁତ୍ୱପୂର୍ଣ୍ଣ ମଣ୍ଡଳୀ କୋରାପୁଟର ପାଖାପାଖି 150 ବର୍ଷ ପୁରାତନ ଉପାସନା ଗୃହ ଵର୍ତମାନର ଲଗାଣ ବର୍ଷାରେ ଅନେକ କ୍ଷତି ଘଟିଛି। 

ଗତକାଲି ରାତି ପ୍ରାୟ ୧ ବେଳେ, ଗୀର୍ଜା ଘରର ଛାତ ଓ କାଂଥ ଭୁଶୁଡ଼ି ଯିବାର ଦେଖିବାକୁ ମିଳିଛି ଏବଂ ଅତି ବିପଦ ସଂକୁଳ ମଧ୍ୟରେ ଥିବା ଦେଖିବାକୁ ମିଲିଛି। ସ୍ଥାନୀୟ ଖ୍ରୀଷ୍ଟ ସମ୍ପ୍ରଦାୟ ମଧ୍ୟ ରେ ଗଭୀର ଦୁଃଖ ଦେଖିବାକୁ ମିଳିଛି,ଅନେକ ଭାବୁକ ହୋଇ ଆଖିରୁ ଅଶ୍ରୁ ର ସୁଅ ଛୁଟାଇଥିବାର ମଧ୍ୟ ଦେଖା ଦେଇଛି।  ଏହି ସ୍ଥାପତ୍ୟ କୁ ଆଜିର ଦିନରେ ପୁନଃ ନିର୍ମାଣ କରିବା ଅତି ଅସାଧ୍ୟ ବୋଲି କିଛି ସ୍ଥାନୀୟ ଲୋକ ମତ ପ୍ରକାଶ କରିଛନ୍ତି। ଯଦି ସରକାର ଏହାର ପୁରୁଦ୍ଧାର କରିବାକୁ କିଛି ପଦକ୍ଷେପ ନିଅନ୍ତି ତେବେ ସମ୍ଭବ ହେବ। ନଚେତ ଏହି ସୁନ୍ଧର  ଗୃହ ଆଉ ଦେଖିବାକୁ ମିଳିବ ନାହିଁ ବୋଲି ଜଣେ ସ୍ଥାନିୟ ଲୋକ କହିଛନ୍ତି।

Post a Comment

0 Comments