Header Ads Widget

ଧନ ମଣ୍ଡି ଖୋଲିବାରେ ବିଳମ୍ବ ଚାଷି ହନ୍ତସନ୍ତ

ମଣ୍ଡିଖୋଲିବାରେ ବିଳମ୍ବ, ଚାଷୀ ହତାଶ କଳା ବେପାରୀ ସକ୍ରିୟ
ନୟାଗଡ, 11/12/2022
ଚଳିତ ବର୍ଷ ଖରିଫ ଧାନ ଅମଳ ଶେଷ ହେବାକୁ ବସିଲାଣି. କିନ୍ତୁ ଏଯାଏଁ ଧାନମଣ୍ଡି ଆରମ୍ଭ ହୋଇପାରିନାହିଁ. ଏହି ପରିପେକ୍ଷୀରେ ରଣପୁର ବ୍ଲକ ରେ ସରକାରୀ ସ୍ତରରେ ଧାନ କିଣାରେ ଅହେତୁକ ବିଳମ୍ବ ହେଉଥିବା ନେଇ ଚାଷୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି. ତେଣୁ ଏ  ମାନେ ବାଧ୍ୟ୍ୟ ହୋଇ ସହମତି ଭିତିରେ କଳା ବେପାରୀ ଙ୍କୁ ସରକାରୀ ଦର 2040ଥିବା ବେଳେ 1200ରୁ 1400ଟଙ୍କା ରେ ବିକ୍ରୟ କରୁଛନ୍ତି.ଏଠି ଚାଷୀ ମାନଙ୍କ ସୁବିଧା ପାଇଁ ରହିଥିବା ନିୟମିତ ବଜାର କମିଟି ଠିକଣା ଭାବରେ କାର୍ଯ୍ୟ କରୁନି. ଚଳିତ ବର୍ଷ ଖରିଫ ଧାନ ଅମଳ 80ପ୍ରତିଶତ ସରିବାକୁ ବସିଲାଣି. କିନ୍ତୁ ସରକାରୀ ସ୍ତରରେ ଚାଷୀଙ୍କ ଠାରୁ ଧାନ କିଣିବା ପାଇଁ ରଣପୁର ବ୍ଲକ ରେ କୌଣସି ମଣ୍ଡି ଆରମ୍ଭ ହୋଇପାରିନଥିବା ରୁ ରଣପୁର ଚାଷୀ ମହଲ ରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି. ଗୋଟିଏ ପଟେ କିଛି ଚାଷୀ ଚାଷକାର୍ଯ୍ୟ ନିମନ୍ତେ ଧାର କରଜ କରି ପ୍ରତିକୂଳ ପରିସ୍ଥିତି ର ଶିକାର ହେଉଥିଲା ବେଳେ ଅନ୍ୟ ପଟେ ଧାନ ମଣ୍ଡି ଖୋଲିବାରେ ସରକାର ଙ୍କ ଅହେତୁକ ବିଳମ୍ବ ଚାଷୀକୁଳ ହତାଶ ହୋଇପଡିଛି. ଅନ୍ୟପକ୍ଷ ରେ ଚାଷୀ ଧାନ ବିକ୍ରି କରିବା ପାଇଁ ଅନଲାଇନ ମାଧ୍ୟମରେ ପଞ୍ଜିକୃତ କରିଥିବା ବେଳେ ଧାନ ଅମଳ ସାରିଲାଣି ହେଲେ କେବେ ମଣ୍ଡି ଆରମ୍ଭ ହେବ ସେ ନେଇ ଜିଲ୍ଲା ପ୍ରଶାସନ କୁ ଚାହିଁ ବସିଛନ୍ତି. ତେଣୁ ଏଭଳି ସ୍ଥିତି ରେ ବର୍ତମାନ ରଣପୁର ବ୍ଲକ ରେ ଚାଷୀ ମାନଙ୍କ ର ଉତ୍ପାଦିତ ଧାନଙ୍କୁ ମଣ୍ଡି ଖୋଲି  ଯୁଦ୍ଧ କାଳିନ ଭିତିରେ ଧାନ କିଣିବାକୁ ଚାଷୀ ମାନେ ଜିଲ୍ଲାପାଳ ଙ୍କୁ ଗଣମାଧ୍ୟମ ଆଗରେ ଦାବି କରିଛନ୍ତି

Post a Comment

0 Comments