ମୁନିଗୁଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସମ୍ବିଧାନ ଦିବସ ପାଳିତ।
ମୁନିଗୁଡା:ତା ୨୬-୧୧ ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକ ସଦର ମହକୁମାରେ ଅବସ୍ଥିତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (+2)ସଭାକକ୍ଷରେ ସମ୍ବିଧାନ ଦିବସ ସଫଳତାର ସହିତ ଅନୁଷ୍ଠିତହୋଇଯାଇଛି।ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧକ୍ଷ ଡ଼. ଦେବାନନ୍ଦ ମିଶ୍ରଙ୍କ ସଭାପତିତ୍ୱ ଓ କ୍ରୀଡା ଅଧ୍ୟାପକ ଶ୍ରୀଯୁକ୍ତ ଚତୁର୍ଭୁଜ ବଞ୍ଛରଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡ଼ିଆ ଅଧ୍ୟାପିକା ଶ୍ରୀମତୀ ରୋଜାଲିନ ମଲ ଓ ରାଜନୀତି ବିଜ୍ଞାନ ଅଧ୍ୟାପିକା ଶ୍ରୀମତୀ ସୁମତି ରଣା ଉପସ୍ଥିତ ଥିଲେ।ସମ୍ବିଧାନ ପ୍ରଣେତା,ଭାରତରତ୍ନ ବାବାସାହେବଆମ୍ବେଦକରଙ୍କତୈଳଚିତ୍ରରେ ମାଲ୍ୟାର୍ପଣ,ପ୍ରଦୀପ ପ୍ରଜ୍ବଳନ ପରେ ଦେଶ ବନ୍ଦନା ଗାନ କରାଯାଇଥିଲା।ସଭାପତିତ୍ୱ ଅବିଭାଷାଣ ମଧ୍ୟରେ ଅଧକ୍ଷ ଶ୍ରୀଯୁକ୍ତ ମିଶ୍ର ସମ୍ବିଧାନ ଅଧିକାର,ସାମ୍ବିଧାନିକ ଦାୟିତ୍ୱ,ସମ୍ବିଧାନର ସୁରକ୍ଷା ଓ ସମ୍ବିଧାନର ମୁଖବନ୍ଧରେ ଲିଖିତ ଦେଶବାସୀଙ୍କ ନିମନ୍ତେ ଅଭିପ୍ରେତ ଅଙ୍ଗୀକାରବଦ୍ଧତା ଉପରେ ବିସ୍ତୃତ ବିବରଣୀ ଉପସ୍ଥିତ ପାଞ୍ଚଶହ ବିଦ୍ୟାର୍ଥୀଙ୍କ ସମ୍ମୁଖରେ ରଖିଥିଲେ।ଆଉ ଆଶା ରଖିଥିଲେ ସମସ୍ତ ଛାତ୍ରଛାତ୍ରୀ ପବିତ୍ର ସମ୍ବିଧାନକୁ ଅକ୍ଷରେ ଅକ୍ଷରେ ମାନିବା ସହିତ ଜାତୀୟ ସ୍ରୋତରେ ନିଜର ଶ୍ରେଷ୍ଠ ସମର୍ପଣ ଅର୍ପଣ କରି ନିଜକୁ ଜଣେଜଣେ ଉତ୍ତମ ନାଗରିକଭାବେ ପ୍ରତିପାଦିତ କରିପାରିବେ।ଅନ୍ୟତମ ବକ୍ତା ଅଧ୍ୟାପିକା ଶ୍ରୀମତୀ ମଲ ଓ ଶ୍ରୀମତୀ ରଣା ସମ୍ବିଧାନ ହେଉଛି ଆମ ଜାତୀୟ ସୁରକ୍ଷା କବଚ ଆଉ ଆମ ଦେଶର ସ୍ୱାଭିମାନର ପ୍ରତିବିମ୍ବ ବୋଲି କହିବା ସହ ପ୍ରତି କ୍ଷେତ୍ରରେ ଏହାକୁ ମାନି ଚାଲିଲେ ସଭିଙ୍କ ମଙ୍ଗଳ ହେବ।ଶେଷରେ କ୍ରୀଡା ଅଧ୍ୟାପକ ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ସମ୍ବିଧାନର ସୁରକ୍ଷା ଓ ନିୟମ ପାଲନକୁ ନେଇ ସାମୁହିକ ଶପଥପାଠ କରାଇଥିଲେ।ଏହି ଆଲୋଚନା ଚକ୍ରରେ ଅନେକ ଛାତ୍ରଛାତ୍ରୀମାନେ ସମ୍ବିଧାନ ଦିବସ ଉପରେ ନିଜ ନିଜର ବକ୍ତବ୍ୟ ରଖିବା ସହ ଏହାର ସୁରକ୍ଷା ପାଇଁ ସଦା ସମର୍ପିତ ବୋଲି କହିଥିଲେ।ଅନ୍ୟମାନଙ୍କ ମଧ୍ୟରେ ମାଧ୍ୟମିକ ଉଚ୍ଚ ବିଦ୍ୟାଳୟର ଡାଟା ଅପରେଟର ଲୋକେଶ୍ବର ଖୁରା ପରିଚାଳନାରେ ସହାୟତା କରିଥିବା ବେଳେ ସିନିୟର କ୍ଲାର୍କ ଡମ୍ବରୁଧର ସାରକା ଧନ୍ୟବାଦ ଅର୍ପଣ କରିଥିଲେ।
0 Comments