Header Ads Widget

ଗିଲ୍ଲାସ୍ତରୀୟ ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ-୨୦୨୨ ପାଳନ ଅବସର'ରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଜପତି:- ଜିଲ୍ଲାସ୍ତରୀୟ ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ-୨୦୨୨ ପାଳନ ଅବସର'ରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ
    ପାରଳାଖେମୁଣ୍ଡି ଠାରେ ଜିଲ୍ଲା ପ୍ରଶାସନ ଅନ୍ତର୍ଗତ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷ'ରୁ ଜିଲ୍ଲାସ୍ତରୀୟ ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ୨୦୨୨ ପାଳନ ଅବସର'ରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
  ଏହି ଅବସର'ରେ ସ୍ଥାନୀୟ ମହାରାଜା'ଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ପରିସର'ରୁ ଜିଲ୍ଲା'ର ବିଭିନ୍ନ ବ୍ଲକାଞ୍ଚଳ'ରୁ ଆସିଥିବା ଭିନ୍ନକ୍ଷମ ଭାଇ ଭଉଣୀ ମାନଙ୍କୁ ନେଇ ଏକ ସଚେତନତା ପଦଯାତ୍ରା ବାହାରି ସହର ପରିକ୍ରମା କରିଥିଲା । ଏହି ପଦଯାତ୍ରା'କୁ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ବ) ଶ୍ରୀ ପ୍ରଦୀପ କୁମାର ନାୟକ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।
   ପରେ ଆରସେଟି ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ସଚେତନତା ସଭା ଓ  ସହାୟତା ବଣ୍ଟନ କାର୍ଯ୍ୟକ୍ରମ'ରେ ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା ଅଧ୍ୟକ୍ଷତା କରି ଭିନ୍ନକ୍ଷମ ମାନେ ସବୁ କ୍ଷେତ୍ରରେ ସକ୍ଷମ ହେଲେଣି । ସେମାନଙ୍କୁ ବିଭିନ୍ନ କ୍ଷେତ୍ରରେ ସମ୍ମାନ'ର ସହ ସାହାଯ୍ୟ ଓ ସହାନୁଭୂତି ଦେଖାଇଲେ  ସେମାନେ ନିଜକୁ ସଶକ୍ତ ହୋଇ ସମାଜ'ର ମୁଖ୍ୟ ସ୍ରୋତରେ ସାମିଲ ହୋଇ ପାରିବେ ବୋଲି କହିଥିଲେ ।
  ଏହି କାର୍ଯ୍ୟକ୍ରମ'ରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ ଶେଖର ପଣ୍ଡା ଯୋଗଦେଇ ଭିନ୍ନକ୍ଷମ ମାନେ ସକ୍ଷମ ମାନଙ୍କ ଠାରୁ ଯଥେଷ୍ଟ ଅଧିକ ବୋଲି କହି ଭିନ୍ନକ୍ଷମ ମାନଙ୍କ ପାଇଁ ଉଦ୍ଧିଷ୍ଟ ବିଭିନ୍ନ ସରକାରୀ ଯୋଜନା ସମ୍ପର୍କରେ କହିଥିଲେ ।  
   କାର୍ଯ୍ୟକ୍ରମ'ରେ ସିଡିଏମଓ: ଡ଼ାଃ ପ୍ରଦୀପ କୁମାର ପାତ୍ର ଯୋଗଦେଇ ଜିଲ୍ଲା-ସ୍ୱାସ୍ଥ୍ୟ ବିଭାଗ ପକ୍ଷ'ରୁ ଭିନ୍ନକ୍ଷମ ମାନଙ୍କ ପାଇଁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ । ସେହିଭଳି ଭିନ୍ନକ୍ଷମ ମାନଙ୍କ ସର୍ବାଙ୍ଗୀନ ବିକାଶ କ୍ଷେତ୍ରରେ ବିଭିନ୍ନ  କାର୍ଯ୍ୟ କରି ଆସୁଥିବା ସ୍ୱେଚ୍ଛାସେବୀ ଅନୁଷ୍ଠାନ  "ସିସିଡି" ମୁଖ୍ୟ ଶ୍ରୀ ଏ: ଜଗନ୍ନାଥ ରାଜୁ ଭିନ୍ନକ୍ଷମ ମାନେ ସଶକ୍ତ ଓ ସ୍ୱାବଲମ୍ବୀ ହୋଇ ସମାଜ'ର ମୁଖ୍ୟ ସ୍ରୋତରେ ଯେଭଳି ସାମିଲ ହୋଇ ପାରିବେ ସେଥିପାଇଁ କଣ କଣ ସବୁ କାର୍ଯ୍ୟକ୍ରମ କରାଯାଉଛି  ସେ ସମ୍ପର୍କରେ  କହିଥିଲେ ।
      ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମ'ରେ ଓଜେଏସ: ଶ୍ରୀ ସାଧକ କାର୍ଜି , ଓଡ଼ିଶା ବିକଳାଙ୍ଗ ମଞ୍ଚ'ର ରାଜ୍ୟ ସଭାପତି ଶ୍ରୀ ନିରଞ୍ଜନ ବେହେରା , ପାରଳା ପୌରଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ ଏବଂ ପାରଳା ବିଧାୟକ ପ୍ରତିନିଧି ଶ୍ରୀ ଆଦର୍ଶ ଦାସ ପ୍ରମୁଖ ମଞ୍ଚାସିନ ରହି ଭିନ୍ନକ୍ଷମ ମାନଙ୍କ ସକ୍ଷମ ଓ ସଶକ୍ତିକରଣ'ର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ ।
   ଏହି ଅବସର'ରେ ଓଜେଏସ ଶ୍ରୀ ସାଧକ କାର୍ଜୀ'ଙ୍କୁ ଉପଢ଼ୌକନ ଓ ମୋମେଣ୍ଟୋ ଦେଇ ସମ୍ମାନୀତ କରା ଯାଇଥିଲା ।  
   ସେହିଭଳି କାର୍ଯ୍ୟକ୍ରମ ଅବସର'ରେ ଭିନ୍ନକ୍ଷମ ଅନୁଷ୍ଠାନ "ସମର୍ଥ" ସଂପାଦକ ଶ୍ରୀ ସନ୍ତୋଷ କୁମାର ମହାରଣା'ଙ୍କ ନେତୃତ୍ୱ'ରେ ଭିନ୍ନକ୍ଷମ ଭାଇ-ଭଉଣୀ ମାନଙ୍କ ପକ୍ଷ'ରୁ ବିଭିନ୍ନ ଦାବୀ ରଖି ସେ ସବୁ'ର ତ୍ଵରିତ ସମାଧାନ'ର ପଦକ୍ଷେପ ନେବା ପାଇଁ ଜିଲ୍ଲାପାଳ ତଥା ଜିଲ୍ଲା ଭିନ୍ନକ୍ଷମ ଡେପୁଟି କମିଶନର ଶ୍ରୀ ଲିଙ୍ଗରାଜ ପଣ୍ଡା'ଙ୍କୁ ଏକ ସ୍ମାରକପତ୍ର ଦେଇଥିଲେ ।
  ପରେ  ଭିନ୍ନକ୍ଷମ ମାନଙ୍କ କ୍ଷେତ୍ରରେ ଉଲ୍ଲେଖନୀୟ ସେବା ଓ ସହଯୋଗ କାର୍ଯ୍ୟ କରି ଆସୁଥିବା ବ୍ୟକ୍ତି ବିଶେଷ ଓ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ'ଙ୍କୁ ମାନପତ୍ର ଓ ପୁରସ୍କାର ବଣ୍ଟନ କରା ଯାଇଥିଲା । ସେହିଭଳି ଭିନ୍ନକ୍ଷମ ହିତାଧିକାରୀ ମାନଙ୍କୁ ଭତ୍ତା-କାର୍ଡ ପ୍ରଦାନ କରା ଯାଇଥିବା ବେଳେ  ୩ ଜଣ'ଙ୍କୁ ଓଡ଼ିଶା ବ୍ଲାଇଣ୍ଡ ଫାଉଣ୍ଡେସନ ପକ୍ଷ'ରୁ ସହାୟତା ରାଶି ଚେକ୍ ଏବଂ ଜଣ'କୁ ଆଶା-ବାଡି ପ୍ରଦାନ କରା ଯାଇଥିଲା ।
  ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ଅଧିକାରୀ ଶ୍ରୀ ସନ୍ତୋଷ କୁମାର ନାୟକ ପ୍ରାରମ୍ଭ'ରେ କାର୍ଯ୍ୟକ୍ରମ'ର ଉଦ୍ଦେଶ୍ୟ ଜ୍ଞାପନ କରି ଦିବ୍ୟାଙ୍ଗ ମାନେ ପ୍ରତ୍ୟେକ କ୍ଷେତ୍ରରେ ସମାନ ଅଧିକାର ସହ ସମାଜ'ରେ ସମ୍ମାନ'ର ସହ କିଭଳି ବଞ୍ଚିରହି ମୁଖ୍ୟ ସ୍ରୋତରେ ସାମିଲ ହୋଇପାରିବେ କହିଥିଲେ । ଅନ୍ୟପକ୍ଷରେ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ପକ୍ଷ'ରୁ କନା ସବୁ କାର୍ଯ୍ୟକ୍ରମ କରାଯାଉଛି ଏବଂ ବିଭିନ୍ନ ସରକାରୀ ଯୋଜନା ସମ୍ପର୍କରେ କହିଥିଲେ ।
    ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ସନ୍ତୋଷ ନାୟକ ସମସ୍ତ କାର୍ଯ୍ୟକ୍ରମ'କୁ ସଂଯୋଜନା କରିଥିଲେ ଏବଂ  ବିଭାଗୀୟ ଜିଲ୍ଲା ଉପଖଣ୍ଡିୟ ଅଧିକାରୀ ଶ୍ରୀମତୀ ଉତ୍ସର୍ଗିତା ରଇତ ଓ ସମର୍ଥ ସଂପାଦକ ଶ୍ରୀ ସନ୍ତୋଷ ମହାରଣା ପରିଚାଳନା ଓ ସହଯୋଗ କରିଥିଲେ ।
    ଶତାଧିକ ସଂଖ୍ୟାରେ ଭିନ୍ନକ୍ଷମ ଭାଇ ଓ ଭଉଣୀ ମାନେ  ବିଭିନ୍ନ ବ୍ଲକ୍ ଅଞ୍ଚଳ'ରୁ ଆସିଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।
----------------------------------------------
    ଗଣେଶ କୁମାର ରାଜୁ
ପାରଳାଖେମୁଣ୍ଡି (ଗଜପତି)
-------------------------------------------------

Post a Comment

0 Comments