ବଲାଙ୍ଗିର, ୦୫/୧୧ : ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ ଶ୍ରୀଯୁକ୍ତ ସଚିନ ରାମଚନ୍ଦ୍ର ଯାଦବ ଆଜି ଦିନିକିଆ ବଲାଙ୍ଗିର ଜିଲ୍ଲା ଗସ୍ତରେ ଆସି ଜିଲ୍ଲାରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା , ବିଭିନ୍ନ ବିଭାଗ ର କାର୍ଯ୍ୟର ତଦାରଖ ଓ କ୍ଷେତ୍ର ପରିଦର୍ଶନ କରିଛନ୍ତି | ଏହି ଅବସରରେ ସେ ମଙ୍ଗଳବାର ଜିଲ୍ଲାପାଳଙ୍କ ଅଧିନସ୍ତ ବିଭିନ୍ନ ବିଭାଗ ର ରେଜିଷ୍ଟାର, ନଥିପତ୍ର ଦେଖିଥିଲେ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଏହି ବୈଠକରେ ଜିଲ୍ଲାପାଳ ଶ୍ରୀ ଗୌରୱ ଶୀୱାଜୀ ଇଶାଲୱାର , ଆରକ୍ଷୀ ଅଧିକ୍ଷକ ରିଷିକେଶ ଖିଲାରୀ ଦ୍ୟଂଦେଓ, ଅତିରିକ୍ତ ଜିଲ୍ଲାପାଳ ଡ଼ ବିଜୟାନନ୍ଦ ସେଠୀ, ଅତିରିକ୍ତ ଜିଲ୍ଲାପାଳ ପବିତ୍ର ବେହେରା ଓ ଜିଲ୍ଲାସ୍ତରୀୟ ଅନ୍ୟ ଅଧିକାରୀ ବୃନ୍ଦ ଉପସ୍ଥିତ ରହିଥିଲେ। ଜିଲ୍ଲାସ୍ତରୀୟ ତଦାରଖ କମିଟି ବୈଠକ ଅନୁସାରେ ଟାଉନ ପୋଲିସ ଷ୍ଟେସନ ର ସିସିଟିଭି ବ୍ୟବସ୍ତା ଦେଖିଥିଲେ । ସିସିଟିଭି ର ଦୃଶ୍ୟ ଶ୍ରାବ୍ୟ ମଧ୍ୟ ତଦାରଖ କରିଥିଲେ । ଏହି ପରିଦର୍ଶନ ବେଳେ ସମସ୍ତ ବ୍ୟବସ୍ଥା ରେ ସନ୍ତୁଷ୍ଟ ହୋଇଥିଲେ । ଜିଲ୍ଲାପରିଷଦ ଅଧ୍ୟକ୍ଷା ଦେବକୀ ସାହୁ ଙ୍କ ସମେତ ଏସଡିପିଓ ସଦର ପ୍ରଦୀପ ସାହୁ , ଟାଉନ ଥାନା ଆଇଆଇସି ଅବନୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଏହା ପରେ ରାଜସ୍ବ ନିରିକ୍ଷକଙ୍କ ନବ ନିର୍ମିତ କାର୍ଯ୍ୟଳୟ କୋଠା ବୁଲିଦେଖିଥିଲେ । ଅପରାହ୍ନ ରେ ଉତ୍ତରାଞ୍ଚଳ ରାଜସ୍ବ ଅଯୁକ୍ତ ଙ୍କ ଅଧୀନରେ ଥିବା ସମସ୍ତ ଜିଲ୍ଲା ର ଜିଲ୍ଲାପାଳ ଙ୍କ ସହ ଧାନ କିଣା ବାବଦରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ କଥା ହୋଇଥିଲେ । ଜିଲ୍ଲାପାଳ ଶ୍ରୀ ଇସାଲୱାର ଙ୍କ ସମେତ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସେଠୀ ଏହି ବୈଠକ ରେ ଉପସ୍ଥିତ ଥିଲେ ।ବଲାଙ୍ଗିର ଜିଲ୍ଲା ରୁ ଅନ୍ତର୍ଯ୍ୟାମୀ ସାହୁ ଙ୍କ ରିପୋର୍ଟ୍ l
0 Comments