ବୌଦ୍ଧ, ବୌଦ୍ଧ ପୋଲିସ ଆରକ୍ଷୀ ଅଧିକ୍ଷକ ଙ୍କ ଅଧିନରେ ଥିବା ଶଗଡ଼ା ଫାଣ୍ଡିର ଜଣେ କାର୍ଯ୍ୟରତ ପୋଲିସ କନେଷ୍ଟବଳ ନେତ୍ରମଣି ଠାକୁର ଙ୍କ ନାମରେ କିଛିଦିନ ହେବ ତାଙ୍କ ବିପକ୍ଷରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଥିଲା,I ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଖବର ଟିକୁ ଦେଖିବାପରେ ଜିଲ୍ଲା ମୁଖ୍ୟ ପୋଲିସ କାର୍ଯ୍ୟାଳୟ କୁ ବଦଳି କରିଥିଲେ, ଏହିକି ପ୍ରକାଶିତ ହୋଇଥିବା ଖବର ଟିର ସତ୍ୟା ସତ୍ୟ ଉପରେ ମଧ୍ଯ ତଦନ୍ତ ଜାରୀ ରଖିଥିଲେ । ପୁଣିଥରେ ଶଗଡ଼ା ଫାଣ୍ଡିକୁ ନିଜ ସ୍ଥାନକୁ ନିଜକାର୍ଯ୍ୟ ରେ ଯୋଗ ଦେବାପାଇଁ ଓ ନିଜର କାର୍ଯ୍ୟ ଉପରେ କେବେ ବି ଅବହେଲା ନ କରିବା ପାଇଁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ତାଙ୍କୁ କହିଥିବା ଜଣାପଡିଛି । ଏଣୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କୁ ବୁଦ୍ଧିଜୀବି ମହଳରେ ପ୍ରସଂସା କରିବା ସହିତ ଏପରି ଜଣେ ଦକ୍ଷ ଜିଲ୍ଲା ପୋଲିସ ପ୍ରସାଶନିକ ଅଧିକାରୀ ଆମ ଜିଲ୍ଲାପାଇଁ ଗୌରବ ର ପ୍ରତୀକ ବୋଲି ଆଲୋଚନା କରାଯାଉଥିବା ସୁଣିବାକୁ ମିଳୁଛି
0 Comments