Header Ads Widget

କୋଟି କୋଟି ଟଙ୍କାର ମୂଲ୍ୟବାନ ଧଳା କ୍ୱାର୍ଜ ପଥର ସହ ଗାଡି ଜବତ


ରିପୋର୍ଟ. ଆଶିଷ କୁମାର ବାଇନ 
ମାଲକାନଗିରି : କୋଟି ଟଙ୍କାର ମୂଲ୍ୟବାନ  ଧଳା କ୍ୱାର୍ଜ ପଥର ସହ  ଗାଡି ଜବତ l ଏହିପରି କି ୬ ଜଣ ଆସାମୀକୁ ଗିରଫ କରି ୮ ମୋବାଇଲ ସହ ବନବିଭାଗ ହାଜତ ରେ ରଖିଛି l ଦୁଇଟି ହାଇବା ଗାଡି,ଗୋଟିଏ JCB ମେସିନ,ପୁକଲିଙ୍ଗ ଗାଡି ସହ ଗୋଟିଏ ବାଇକ ଜବତ ଜବତ କରିଛି ବନବିଭାଗ l ମାଲକାନଗିରି ଜିଲ୍ଲା ସୀମାନ୍ତ ମୋଟୁ ଠାରେ ଆଜି ରାତି ୪ ଟାରେ ମୋଟୁ ଗ୍ରାମବାସୀ ଓ ମୋଟୁ ବନବିଭାଗ ମିଳିତ ଉଦ୍ୟମ କ୍ୱାର୍ଜ ପଥର ଜବତ କରାଯାଇଛି lଏହାର ମୂଲ୍ୟ କୋଟି କୋଟି ଟଙ୍କା ହୋଇଥାଏ ବିଶେଷ କରି ବିଦେଶ ଦେଶରେ ଏହାର ଚାଇଦା ଅଧିକ ରହିଥାଏ l କ୍ୱାର୍ଜ ପଥର ଦ୍ୱାରା ମୂଲ୍ୟବାନ କାଚ ତିଆରି ସାମଗ୍ରୀ ଓ କାଚ ହୋଇଥାଏ l ସୀମାନ୍ତ ମୋଟୁ ଚେକ ପୋଇଣ୍ଟ ଠାରେ ଗୋଟିଏ ମାତ୍ର ରାସ୍ତା ସେଇ ରାସ୍ତା ରେ ପୋଲିସ ମୁତୟନ ରହିଥାନ୍ତି କିନ୍ତୁ l ପୋଲିସ ଚେକ ପୋଇଣ୍ଟ ଥାଇ ମଧ୍ୟ କେମିତି କୋଟି କୋଟି ଟଙ୍କାର ମୂଲ୍ୟବାନ କ୍ୱାର୍ଜ ପଥର ଚାଲାଣ ହେଉଛି ବୋଲି ସ୍ଥାନୀୟ ଲୋକେ ପ୍ରଶ୍ନ କରିଛନ୍ତି l

Post a Comment

0 Comments