ଖୋର୍ଦ୍ଧା (ପ୍ରସନ୍ନ କୁମାର ସ୍ବାଇଁ) କଳିଙ୍ଗ ସମାଜ ଖବର ପ୍ରସାରଣ ପରେ ବଦଳି ହେଲେ ବୋଲଗଡ଼ ତହସିଲଦାର । ଖୋର୍ଦ୍ଧାଜିଲ୍ଲା ଅନ୍ତର୍ଗତ ବୋଲଗଡ ତହସିଲର ତହସିଲଦାର ନିବେଦିତା ପରିଡ଼ା ଶେଷରେ ଖୋର୍ଦ୍ଧାଜିଲ୍ଲା କାର୍ଯ୍ୟାଳୟର ଡେପୁଟି କଲେକ୍ଟର ଭାବେ ବଦଳି ହୋଇଛନ୍ତି । ତାଙ୍କ ବଦଳିକୁ ନେଇ ବୋଲଗଡ ଓକିଲ ସଂଘ ପକ୍ଷରୁ ବାଣ ଫୁଟାଇ ମିଠା ଖୁଆଇ ଖୁସି ମନାଇଛନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ, ଶ୍ରୀମତୀ ପରିଡ଼ା ବୋଲଗଡ ତହସିଲ କାର୍ଯ୍ୟାଳୟରେ ଗତ ଏକବର୍ଷ ଧରି କାର୍ଯ୍ୟ କରିବା ସମୟରେ ଜନସାଧାରଣଙ୍କୁ ଦୁଃବ୍ୟବହାର ପଦର୍ଶନ କରିବା ,ପୂର୍ବତନ ବ୍ଲକ ଅଧ୍ୟକ୍ଷ ବାନା ମାଝିଙ୍କୁ କାର୍ଯ୍ୟାଳୟରୁ ତଡିବା, ବୋଲଗଡ ବ୍ଲକ ଓକିଲ ସଂଘର ସଦସ୍ୟମାନଙ୍କୁ ଧମକ ଦେବା ଓ ଥାନାରେ ଏତଲା ଦେଇ ନିଜର ଦବଦବା ଜାହିର କରିବା ଘଟଣାକୁ ନେଇ ବିବାଦରେ ରହିଥିଲେ । ଗତ ତା୧୭.୧୦.୨୦୨୪ରେ ରାଜ୍ୟ ସରକାରଙ୍କ ବଦଳି ତାଲିକାରେ କ୍ରମିକ ନଂ-୧୦୬ ଅନୁଯାୟୀ ତାଙ୍କର ବଦଳି ହୋଇଥିଲେ ମଧ୍ୟ କେତେକ ରାଜନୈତିକ ନେତା ଓ ତଥାକଥିକ ଗଣମାଧ୍ୟମ ପ୍ରତିନିଧିମାନଙ୍କ ଦ୍ୱାରା ବଦଳି ବାତିଲ ପାଇଁ ଲବି ଚଳାଇଥିଲେ । ଏହା ପୂର୍ବରୁ ସେ ଡେଲାଙ୍ଗ ତହସିଲରେ କାର୍ଯ୍ୟ କରୁଥିବାବେଳେ ଜନୈକ ମହିଳାଙ୍କୁ ଦୁଃବ୍ୟବହାର ପଦର୍ଶନ କରି ବିବାଦରେ ରହିଥିଲେ । ଏପରିକି ବୋଲଗଡ ତହସିଲ କାର୍ଯ୍ୟାଳୟରେ ଗତ ଛଅ ମାସ ଧରି ଜନସାଧାରଣଙ୍କ କୋଣସି ଦାଖଲ,ଖାରକ, ପଟ୍ଟା ଓ ନାମଜାରୀ ପ୍ରଭୃତି କାର୍ଯ୍ୟ କରୁନଥିଲେ । ଯାହାଫଳରେ ତହସିଲରେ ଜନସାଧାରଣଙ୍କ କାର୍ଯ୍ୟ ଏକ ପ୍ରକାର ଠପ୍ ହୋଇଯାଇଥିଲା । ଏହାକୁ ନେଇ କଳିଙ୍ଗ ସମାଜ ସତ୍ୟ ଘଟଣାର ଖବର ପ୍ରସାରଣ କରି ପର୍ଦ୍ଦାଫାଶ କରିଥିଲା । ଖବର ପ୍ରସାରଣ କିଛିଦିନ ପରେ ତହସିଲଦାରଙ୍କ ବଦଳି ହୋଇଛି । ତହସିଲଦାର ଶ୍ରୀମତୀ ପରିଡାଙ୍କ ବଦଳି ଫଳରେ ବିଭିନ୍ନ ମହଲରେ ଖୁସି ବ୍ୟକ୍ତ କରାଇଯାଇଛି ।
0 Comments