ଚିଲିକା ୭/୫ (ଅଶୋକ କୁମାର ନାୟକ )ବାଲୁଗାଁ ବଜାର ସ୍ଥିତ ମହାବୀର ଜୁଏଲର୍ସରୁ ଗତ ୩ ତାରିଖ ବିଳମ୍ବିତ ରାତିରେ ଜଣେ ଅଭିଯୁକ୍ତ ଦୋକାନ ଆଜବେଷ୍ଟ ଭାଙ୍ଗି ଦୋକାନର ସିଲିଂ କାଟି ଦୋକାନର ଲକର ଭାଙ୍ଗି ସେଥି ମଧ୍ୟରୁ ଲକ୍ଷାଧିକ ଟଙ୍କାର ସୁନା ଓ ରୁପା ଅଳଙ୍କାର ଲୁଟି ନେଇଥିବା ଜଣେ ଚୋର ଓ ତାକୁ ସହାୟତା କରିଥିବା ଅନ୍ୟ ଏକ ଚୋରଙ୍କୁ ଗିରଫ କରିଛି ବାଲୁଗାଁ ପୁଲିସ ।ଘଟଣାରୁ ପ୍ରକାଶ ବାଲୁଗାଁ ବଜାର ସ୍ଥିତ ମହାବୀର ଜୁଏଲର୍ସର ମାଲିକ ଲକ୍ଷ୍ମୀଧର ନାୟକ ସବୁଦିନ ପରି ୩ତାରିଖ ରାତି ୧୦ ଟା ସମୟରେ ସମସ୍ତ ଅଳଙ୍କାର ନିଜ ଲକର ମଧ୍ୟରେ ରଖି ଦୋକାନରେ ତାଲା ପକାଇ ଘରକୁ ଚାଲି ଯାଇଥିଲେ ।ଏହି ଜୁଏଲର୍ସ ଉପରେ କଟକ ଜିଲ୍ଲା କାନପୁର ଥାନା ବାଲିଝର ଗ୍ରାମର ବୈଷ୍ଣବ ଦାସଙ୍କ ପୁଅ ତଥା ବାଲୁଗାଁରେ ବିବାହ କରିଥିବା କାଁହା ଦାସ (୩୫) ବହୁ ଦିନହେବ ଚୋରି କରିବା ଉଦ୍ଧେଶ୍ୟରେ ନଜର ରଖିଥିଲା ।ସେହି ୩ତାରିଖ ରାତିରେ ଅନ୍ୟ ରାସ୍ତା ଦେଇ ଚୋର ଶ୍ରୀ ଦାସ ମହାବୀର ଜୁଏଲର୍ସର ଦୋକାନ ଆଜବେଷ୍ଟ ଭାଙ୍ଗିବା ପରେ ସିଲିଂ ଭାଙ୍ଗି ଭିତରେ ପଶିଥିଲା ।ଦୋକାନ ମଧ୍ୟରେ ଥିବା ଲକର ଭାଙ୍ଗି ସେଥିରୁ ୨ଶହ ଗ୍ରାମ ସୁନା ଓ ୪କିଲୋଗ୍ରାମ ରୁପା ଅଳଙ୍କାର ଲୁଟି ନେଇ ଚାଲି ଯାଇଥିଲା । ଏହି ଲୁଟ ଘଟଣାରେ ନାଚୁଣି ଥାନା ମାନସିଂପୁର ଗ୍ରାମର କୃଷ୍ଣ ଦାସଙ୍କ ପୁଅ କାଳିଆ ଦାସ ଯିଏ କି ବାଲୁଗାଁ ଗୋପୀନାଥପୁର ସାହିରେ ଦୀର୍ଘମାସ ହେବ ଭଡାରେ ରହୁଥିବା ବେଳେ କାଁହାକୁ ଏହି ଚୋରି ଘଟଣାରେ ଗତ ପଣା ସଂକ୍ରାନ୍ତି ଠାରୁ ଯୋଜନା ଓ ସାହାଯ୍ୟ କରିଥିଲା । କାଁହା ଏହି ସବୁ ଅଳଙ୍କାରକୁ ଏକ ବ୍ୟାଗରେ ନେଇ କଟକ ଓ ପରେ ଭୁବନେଶ୍ୱରରେ ପହଞ୍ଚିଥିଲା । ଘଟଣା ସମ୍ପର୍କରେ ଶ୍ରୀ ନାୟକ ବାଲୁଗାଁ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ୧୨୯/୨୫ରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲେ ।ସିସିଟିଭି ଫୁଟେଜ ମାଧ୍ୟମରେ ସମସ୍ତ ଚୋରି ଘଟଣା ଯାଞ୍ଚ କରି ପୁଲିସ ଚୋର ନିକଟରେ ପହଞ୍ଚିଥିଲେ ।ଭୁବନେଶ୍ୱର ସହିଦ ନଗରରୁ କାଁହାକୁ ଗିରଫ କରି ତା ନିକଟରୁ ସମସ୍ତ ଅଳଙ୍କାର ଜବତ କରିଥିବା ବେଳେ ସହଯୋଗୀ କାଳିଆକୁ ବାଲୁଗାଁ ଗୋପୀନାଥପୁର ସାହିରୁ ଗିରଫ କରିଥିବା ଖୋର୍ଦ୍ଧା ଏସ୍ସି ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିବା ସହିତ ବାଲୁଗାଁ ଥାନା ଆଇଆଇସି ଜୟ ପ୍ରକାଶ ପରିଡା ଓ ଅନ୍ୟ ପୁଲିସ କର୍ମଚାରୀଙ୍କୁ ପ୍ରଶଂସା କରିଥିଲେ ।
0 Comments